Breaking News

ଗଣତନ୍ତ୍ର ସୁରକ୍ଷାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ






ଭଞ୍ଜନଗର,---+- ଗଞ୍ଜାମ ଜିଲା 
ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ଉପରେ ଲିଖିତ ସଂଦର୍ଭ ଟିକୁ ଯୁକ୍ତ ୩ ଦ୍ଵିତୀୟ ବର୍ଷ ଛାତ୍ରୀ ପ୍ରୀତିପର୍ଣ୍ଣା ବେହେରା ପଠନ କରିଥିଲେ। ତାଙ୍କୁ ବିଭାଗୀୟ ଅଧ୍ୟାପକ ବାବୁଲା ପ୍ରଧାନ ସହଯୋଗ କରିଥିଲେ। ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡଃ ନୀଳାଞ୍ଚଳ ମୁନି ମୁଖ୍ଯ ଅତିଥି ଭାବେ ଯୋଗଦେଇ ସଂଦର୍ଭଟିକୁ ଉନ୍ମୋଚିତ କରିବା ସହ ଗଣତନ୍ତ୍ର ସୁରକ୍ଷାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଭାରତ ପୃଥିବୀର ସର୍ବ ବୃହତ୍ତମ ଏବଂ ସର୍ବପୁରାତନ ଗଣତାନ୍ତ୍ରିକ ରାଷ୍ଟ୍ର। ଗଣତନ୍ତ୍ରର ସୁରକ୍ଷା ପାଇଁ ଯେଉଁ କେତେକ ମାଧ୍ୟମ ଆବଶ୍ୟକ ଯାହାକି ଜନମତ ସୃଷ୍ଟି କରିବାରେ ସହାୟକ ହୋଇଥାଏ ତାହା ମଧ୍ୟରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ସରକାରୀ ବ୍ୟବସ୍ଥା ଓ ନୀତି ପ୍ରଣୟନ କରିବାରେ ଏହାର ଗୁରୁତ୍ଵ ଉପଲବ୍ଧି କରାଯାଇ ପାରୁଛି। ଆଧୁନିକ ଯୁଗରେ ବୈଦ୍ୟୁତିକ ଏବଂ ସାମାଜିକ ଗଣମାଧ୍ୟମ ବୃଦ୍ଧି ପାଇଥିଲେ ମଧ୍ୟ ଛାପା ଗଣମାଧ୍ୟମର ସ୍ଥିତି ଦେଶରେ ବଢିବାରେ ଲାଗିଛି ବୋଲି ଶ୍ରୀ ମୁନି କହିଥିଲେ। କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ ବୈଠକରେ ସଭାପତିତ୍ଵ କରିଥିଲେ। ଦର୍ଶନଶାସ୍ତ୍ର ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡଃ ବିନୋଦ ଚନ୍ଦ୍ର ଦାସ, ପ୍ରାଶାସନିକ ଅଧିକାରୀ ପ୍ରାଧ୍ୟାପିକା ଆରତି ବାଳା ପ୍ରଧାନ, ଶୈକ୍ଷିକ ପରିଷଦର ସମ୍ପାଦକ ପ୍ରାଧ୍ୟାପକ ବିଭାସ ଦାସ, ବିତ୍ତ ଅଧିକାରୀ ଅଧ୍ୟାପକ ସୁନୀଲ କୁମାର ଦାସ, ପ୍ରମୁଖ ଅତିଥି ଭାବେ ଯୋଗଦେଇ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ପାଠ ପଢିଲେ ଛାତ୍ରୀ ଛାତ୍ର ମାନଙ୍କ ଭବିଷ୍ୟତ କିଭଳି ଉଜ୍ଜ୍ବଳମୟ ହୋଇପାରୁଛି ସେନେଇ କହିଥିଲେ। ଅଧ୍ୟାପକ ଡଃ ରବିନ୍ଦ୍ର ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଅଧ୍ୟାପକ ହରିଶ କୁମାର , ବିଦେଶୀ ରାଉତ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୧୦/୨୦୨୩----୮,୪୫ Sakhigopal News,20/10/2023

Blog Archive

Popular Posts