ଖଣ୍ଡପଡ଼ା ଥାନାରେ ଆମପୋଲିସ ର ବୈଠକ
ନୟାଗଡ----ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ଥାନାଧିକାରୀ ଜୋତିପ୍ରକାଶ ସ୍ୱାଇଁ ଅଧ୍ୟକ୍ଷତାକରି ଥିବାବେଳେ ଖଣ୍ଡପଡ଼ା ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଭାତ କୁମାର ମଲ୍ଲିକ ଏହି ବୈଠକରେ ଯୋଗ ଦେଇ ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ଏହାର ପ୍ରତିକାର ନିମିତ ନିର୍ଦ୍ଧେଶ ଦେଇଥିଲେ। ପାର୍ବଣ ୠତୁ ରେ ଅଂଚଳରେ ଗଢ଼ି ଉଠୁଥିବା ପୂଜା ମଣ୍ଡପ ସ୍ଥଳରେ ଭିଡ଼ ନିୟନ୍ତ୍ରଣ ,ସହରାଞ୍ଚଳରେ ଉମାଦେବୀ ଛକ ସହିତ ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଚୋରା ମଦ ଯୋଗୁ ଅଶାନ୍ତିକର ପରିବେଶ ସୃଷ୍ଟିକୁ କିଭଳି ପ୍ରତିହତ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସହରାଞ୍ଚଳରେ ଦିନବେଳା ଯାଉଥିବା ଚୋରା ବାଲି ବୋଝେଇ ହାଇୱା କୁ ବନ୍ଦ କରିବା, ଭଷାଣି ରେ ଡିଜେ ବନ୍ଦ କରିବା ସହ ଆମ ପୋଲିସ ସମିତି ବୈଠକ କୁ ବ୍ୟାପକ କରିବା ଉଦ୍ଧେଶ୍ୟରେ ଖଣ୍ଡପଡ଼ା ଥାନା ଅଧୀନରେ ଥିବା ତିନି ଗୋଟି ଫାଣ୍ଡି ଯଥା କଣ୍ଟିଲୋ, ଗଡ଼ିଆସାହି, କୋସ୍କା ଅଞ୍ଚଳରେ ଏହି ବୈଠକ କରାଯାଇ ସେହି ଅଂଚଳର ସମସ୍ୟା ସମ୍ପର୍କରେ ବୁଝିବା ନିମିତ୍ତ ଏହି ବୈଠକ ସ୍ଥିର କରାଯାଇଥିଲା। ଥାନାର ସମସ୍ତ କର୍ମଚାରି ଏହି ବୈଠକରେ ସହଯୋଗ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକ ଜନ ପ୍ରତିନିଧି ଓ ସଚେତନ ଜନ ସାଧାରଣ ଯୋଗ ଦେଇ ନିଜ ନିଜର ମତ ପ୍ରଦାନ କରିଥିବା ଜଣା ପଡ଼ିଛି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୩/୧୦/୨୦୨୩----୮,୫୫ Sakhigopal News,3/10/2023