Breaking News

ଜାତୀୟ ଶିକ୍ଷାନୀତି ଓ ପ୍ଲାଷ୍ଟିକ୍ ବର୍ଜନ କର୍ମଶାଳା



ଭଞ୍ଜନଗର--
ବେଲଗୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟାଭବନ ଠାରେ ଶୁକ୍ରବାର ଏକ ଶିକ୍ଷା ଭିତିକଁ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଜାତୀୟ ଶିକ୍ଷାନୀତି ଓ ପ୍ଲାଷ୍ଟିକ ବର୍ଜନ ଉପରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥୁରେ ମୁଖ୍ୟ ଅତିଥ୍‌ ଭାବେ  ସମାଜସେବୀ ଶ୍ରୀ ଶୂଳପାଣି ଶତପଥ୍ (ଅବସର ପ୍ରାପ୍ତ ବନ କର୍ମଋରୀ) ଯୋଗଦାନ କରି ପ୍ଲାଷ୍ଟିକ୍ ବର୍ଜନ ଓ ପରିବେଶ ସୁରକ୍ଷା ଉପରେ ବିଭିନ୍ନ କୌଶଳ ଓ ଶିକ୍ଷା ସନ୍ଦେଶ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ଶ୍ରୀ ସିଏଚ୍ ହରିଶଚନ୍ଦ୍ର ପାତ୍ର ଆର୍‌ସିସି ଯୋଗଦାନ କରି ଜାତୀୟ ଶୀକ୍ଷାନୀତି ଉପରେ ଆଲୋକପାତ କରିଥିଲେ । ଏଥିରେ ତେଜସ୍ବିନୀ ସ୍ଵେଚ୍ଛାସେବୀ ଅନୁଷ୍ଠାନର କୋଡିନେଟର ସୁଶ୍ରୀ ଦେବୀ ବର୍ଜ୍ୟବସ୍ତୁ ଗୁଡିକର ପନଃ ବ୍ୟବହାର ଓ ବିଭିନ୍ନ ଗଛଲତାକୁ ଲଗାଇ କିପରି ସୌନ୍ଦର୍ଯ୍ୟ ପରିବେଶ ସୃଷ୍ଟି କରିହେବ ତାର କୌଶଳ ଶିକ୍ଷାଦାନ କରିଥିଲେ । ବିଦ୍ୟାଭବନର ପ୍ରାୟ ୫୦ଜଣ ଗୁରୁମା, ଗୁରୁଜୀ ଏଥ‌ିରେ ଯୋଗଦାନ କରି ପ୍ରଶିକ୍ଷଣ ନେଇଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର  ଗୁରୁଜୀ ପ୍ରମୋଦ ସେଠୀ, ମାମାଜୀନି ଡାକୁଆ, ସୁମିତ୍ରା ରାଉତ, ଆଶାଲତା ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ତନରଡା, ବି.ଡି.ପୁର, ଜଗନ୍ନାଥପ୍ରସାଦ ଓ ବେଲଗୁଣ୍ଠାର ସମସ୍ତ ଗୁରୁମାଗୁରୁଜୀ ଏଥ‌ିରେ ଭାଗନେଇଥିଲେ । ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପୁରସ୍କାର ବିତରଣ କରାଯାଇଥିଲା ।  ବିଜେତା ପ୍ରମୋଦ ସେଠୀ, ଅଲିଭା ହୋଇଥିବାବେଳେ ପ୍ରଶ୍ନମଂଚରେ ଶ୍ରୀମତୀ ସୁମିତ୍ରା ରାଉତ ଓ ସ୍ନିଗ୍ଧା ରଥ ସଫଳତା ହାସଲ କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୧୦/୨୦୨୩-----୪,୧୦ Sakhigopal News,21/10/2023

Blog Archive

Popular Posts