Breaking News

କବିତା ଓ ସାହିତ୍ୟ ସାନ୍ନିଧ୍ୟ ହିଁ ଶାନ୍ତି ଓ ସଂହତିର ପ୍ରକୃତ ଗନ୍ତାଘର


ଡେଲାଙ୍ଗ -କବିତା ପାଠ ଓ ସାହିତ୍ୟ ସାନିଧ୍ୟ ହିଁ ପ୍ରତିଟି କର୍ମମୟ ଜୀବନରେ ଆନନ୍ଦ ପାଇଁ ସରସ ସଞ୍ଜୀଵନୀ ।  ପ୍ରତ୍ୟେକ ଜୀବନ ଓ ବିଶ୍ବ ସମୁଦାୟରେ ଶାନ୍ତି ଓ ସଂହତି ରକ୍ଷା କରାଯାଇ ସମାଜରେ ବାଞ୍ଛିତ ପରିବର୍ତ୍ତନ ସମ୍ଭବ ।  "ଗେଲି ବୋଉ" କବିତାର ସ୍ରଷ୍ଟା ତଥା କବି ଲକ୍ଷ୍ମୀଧର ଦଳେଇଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଆୟୋଜିତ କବିତା ପାଠୋତ୍ସବରେ ଯୋଗ ଦେଇ ମାନ୍ୟ ଗଣ୍ୟ ଅତିଥି, କବି, କବୟିତ୍ରୀ, ସାହିତ୍ୟିକମାନେ ମତବ୍ୟକ୍ତ କରିଥିଲେ । ଡେଲାଙ୍ଗ ଷ୍ଟେସନ ବଜାରସ୍ଥିତ ପ୍ରଭାତ କ୍ଲବ୍ ପରିସରରେ ମୁଖ୍ୟ ଆୟୋଜିକା ଡେଲାଙ୍ଗ ସାହିତ୍ୟ ସଂସଦ ସମ୍ପାଦିକା    ଜ୍ୟୋତ୍ସ୍ନାରାଣୀ ସ୍ବାଇଁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାଵଧନରେ ଅନୁଷ୍ଠିତ ଏହି କବିତା ଆସରରେ ସଂସଦ ସଭାପତି ତଥା ଜଗନ୍ନାଥ ସଂସ୍କୃତି ଗବେଷକ ଶ୍ରୀ ଶରତ କୁମାର ରାଉତ ପୌରହିତ୍ୟ କରିଥିଲେ। ଜଗନ୍ନାଥଙ୍କ ଫଟୋ  ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ସହ ସ୍ବର୍ଗତ ଦଳେଇଙ୍କ ଉଦ୍ଦେଶ୍ୟରେ ସଭାରେ ସମବେତ ନୀରବ ପ୍ରାର୍ଥନା କରାଯାଇଥିଲା। ମୁଖ୍ୟ ଅତିଥି ଭାବେ  ଖ୍ୟାତନାମା ଶିଶୁ ସାହିତ୍ୟିକ ଡଃ ହେମନ୍ତ କୁମାର ଛୋଟରାୟ ଗ୍ରାମ୍ୟ ଜୀବନ ସଂଶ୍ଳିଷ୍ଟ ନୈତିକ ଦୃଷ୍ଟାନ୍ତ ଦେଇ କବିତାର ପରାକାଷ୍ଠା ପ୍ରତିପାଦନ କରିଥିଲାବେଳେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଗୀତିକବି ବିପିନି ମହାନ୍ତି ଯୋଗଦେଇ କବିତା ମାଧ୍ୟମରେ ସାତ୍ତ୍ୱିକ ପ୍ରେମର ଅବତାରଣା କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ପ୍ରାଚୀଧାରାର ସମ୍ପାଦକ ଭଗବାନ ସାହୁ ଯୋଗ ଦେଇ କବିତା ପାଠକମାନଙ୍କ ମନଛୁଆଁ ହେବା ଦରକାର ବୋଲି ମତବ୍ୟକ୍ତ କରିଥିଲାବେଳେ ଶିକ୍ଷାବିତ୍ ରାଜକିଶୋର ପାଣିଗ୍ରାହୀ ଶୃଙ୍ଖଳିତ ଜୀବନ ଚର୍ଯ୍ୟା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଫକିର ଚରଣ ପାଢୀଙ୍କ "କର୍ମ ଘେନି ଫଳ"ଓ ମହେନ୍ଦ୍ର ତ୍ରିପାଠୀଙ୍କ "ମୋ ଗୀତ ସ୍ବର"ଦୁଇଟି ପୁସ୍ତକ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ସଭାରେ କବୟିତ୍ରୀ ଅମୁଲ୍ୟବାଳା ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ୫୦ଜଣ କବି କବୟିତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା। ଆଇନଜୀବୀ ବିକ୍ରମ କେଶରୀ ଚମ୍ପତି ଓ ଅଧ୍ୟାପିକା ଡଃ ରଜନୀ ରଣସିଂହ କବିତା ପାଠୋତ୍ସବକୁ ସଂଯୋଜନା କରିଥିଲେ। ଏଥିରେ କବି ଗଙ୍ଗାଧର ଓଝା, ସତ୍ୟ ସାହୁ,ବିଭୁ ହୋତା, ରାମଚନ୍ଦ୍ର ଦାଶ, କବିକେତେନ ଗୌରୀ ଚରଣ ସାମନ୍ତସିଂହାର, ବଂଶୀଧର ପଣ୍ଡା, ସନ୍ତୋଷ ମହାନ୍ତି, କାଶୀନାଥ ମହାପାତ୍ର, ହୃଷୀକେଶ ପାଢ଼ୀ, ରମେଶ ସ୍ବାଇଁ ,ନିରଞ୍ଜନ ସାମନ୍ତରାୟ, ପ୍ରଭାତ କୁମାର ସେଠୀ,ରୋହିତ ଚମ୍ପତି, ଦିଗମ୍ବର ରଥ, ଗୋଲକ ବରାଳ, ଦିଲ୍ଲୀପ ଧାଉଡିଆ, ହିମାଂଶୁ ମହାପାତ୍ର,ଜିତେନ୍ଦ୍ର ପ୍ରଧାନ, ଦିତୀକୃଷ୍ଣ ମହାନ୍ତି,ଅଭୟ ଚରଣ ସାହୁ, ଜ୍ୟୋତ୍ସ୍ନାରାଣୀ ମହାରଣା, ବିଷ୍ଣୁପ୍ରିୟା ପ୍ରତାପ ସିଂହ,ଯୋଜନୀବାଳା ପଣ୍ଡା,ବିଦୁଲତା ସାହୁ, ପ୍ରିୟଙ୍କା ସାମଲ, ପାର୍ବତୀ ମହାପାତ୍ର, ରଶ୍ମିତା ସ୍ବାଇଁ, ଗୀତାଞ୍ଜଳି ମହାପାତ୍ର, ଶ୍ରଦ୍ଧାଞ୍ଜଳି ପାଲଟା ସିଂହ, ଲକ୍ଷ୍ମୀପ୍ରିୟା ଦାଶ, ସରସ୍ବତୀ ଜୟ ସିଂ, ନିବେଦିତା ଜେନାଙ୍କ ସହ ଖୋର୍ଦ୍ଧା, ଜଟଣୀ,ବୋଲଗଡ଼ ,କଟକ,ବାଙ୍କି, ପିପିଲି ଆଦି ବିଭିନ୍ନ ଅଞ୍ଚଳର ୫୦ରୁ ଅଧିକ କବି କବୟିତ୍ରୀମାନେ ସ୍ବର୍ଗତ ଦଳେଇଙ୍କ ସ୍ମୃତି ଚାରଣ ପୂର୍ବକ ମାଟି, ମା, ସମାଜ, ପ୍ରକୃତି ଆଦି ବିଷୟରେ କବିତା ଗାଇ ପରିସରକୁ କବିତା ମୟ କରିଥିଲେ। ସ୍ବର୍ଗତ ଗୁଜୁରୀ  ଭାଇଙ୍କ ପତ୍ନୀ ସୁମନା ଦଳେଇ, ତାଙ୍କ କନ୍ୟା ,ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ଓ ସମାଜସେବୀ ବଟକୃଷ୍ଣ ସ୍ବାଇଁ , ଲକ୍ଷ୍ମୀନାରାୟଣ ପାଠୀ ପ୍ରମୁଖଙ୍କ ସହ ଅନ୍ୟ ମାନେ ସଭାରେ ଯୋଗଦେଇଥିଲେ। କବି ଓ ସାହିତ୍ୟିକମାନଙ୍କର ବାସ୍ତବିକ୍ ମୃତ୍ୟୁ ନଥାଏ, ସେମାନେ ଚିରକାଳ ପାଠକଙ୍କ ହୃଦୟରେ ଉଦ୍ଭାସିତ ହେଉଥାନ୍ତି ବୋଲି କବିତା ଆସରରେ ସାର୍ବଜନୀନ ମତପ୍ରକାଶ ପାଇଥିଲା । ଏହି ସମାବେଶକୁ ସାଫଲ୍ୟ ମଣ୍ଡିତ କରିବାରେ ଓ ପରିଚାଳନାରେ କବୟିତ୍ରୀ ନମିତା ସ୍ବାଇଁ, ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁ, ସମାଜ ସେବୀ ପ୍ରସନ୍ନ କୁମାର ସ୍ବାଇଁ ,ମହେନ୍ଦ୍ର ତ୍ରିପାଠୀ ପ୍ରମୁଖ ସଂପୂର୍ଣ୍ଣ ସହଯୋଗ କରିଥିଲେ। ପ୍ରାରମ୍ଭରେ ସମ୍ପାଦିକା ଜ୍ୟୋତ୍ସ୍ନାରାଣୀ ସ୍ବାଇଁ ଅତିଥି ମାନଙ୍କୁ ସ୍ବାଗତ କରିଥିଲାବେଳେ ଶେଷରେ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ଦେଇଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୪/୧୦/୨୦୨୩----୯,୨୦ Sakhigopal News,14/10/2023

Blog Archive

Popular Posts