କାହା ସ୍ୱାର୍ଥରେ ଯୁଦ୍ଧକାଳୀନ ଭିତ୍ତିରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନୂତନ ଖେଳ ପଡିଆ ପରିକଳ୍ପନା ; ପାଣିରେ ଧୋଇହୋଇଗଲା ଲକ୍ଷାଧିକ ଟଙ୍କା
ଜଟଣୀ-----ପୂର୍ବତଟ ରେଳବାଇ ପକ୍ଷରୁ ଲୋକକଲୋନୀ ଠାରେ ନୂତନ ଭାବେ ଫୁଟବଲ ଖେଳପଡିଆ ନିର୍ମାଣ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇଥିଲା l ୩ ମାସ ତଳେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ସର୍ବସାଧାରଣଙ୍କ ବ୍ୟବହାର ଉପଯୋଗୀ କରାଯାଇଥିଲା l କିନ୍ତୁ ଖେଳପଡିଆରେ କ୍ରୀଡା ବଦଳରେ ବ୍ୟବସାୟ ପାଇଁ ଉପଯୋଗୀ କରାଯାଇଛି l ଏଥି ଯୋଗୁଁ ଖେଳପଡିଆ ନଷ୍ଟ ହେବା ସହ ଲକ୍ଷାଧିକ ଟଙ୍କା ପାଣିରେ ପଡିଛି l ମିଳିଥିବା ସୂଚନା ମୁତାବକ ରେଳକର୍ମଚାରୀଙ୍କ ମଧ୍ୟରେ କ୍ରୀଡ଼ାକୁ ଉତ୍ସାହିତ କରିବା ପାଇଁ ୮ ହଜାର ବର୍ଗମିଟର ଅଂଚଳରେ ଏକ ନୂତନ ଫୁଟବଲ ଖେଳପଡିଆ ଲୋକକଲୋନୀ ଆର.ପି.ଏଫ ବ୍ୟାରେକ ନିକଟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଗତ ଜୁଲାଇ ମାସରେ ଉଦଘାଟନ ହୋଇଥିଲା l ଏହି ନୂତନ ଫୁଟବଲ ଖେଳପଡିଆକୁ ତତ୍କାଳୀନ ଖୋର୍ଦ୍ଧାରୋଡ଼ ମଣ୍ଡଳର ରେଳ ପ୍ରବନ୍ଧକ ରିଂକେଶ ରାୟ ଏବଂ ପୂର୍ବତଟ ରେଳ ଖୋର୍ଦ୍ଧାରୋଡ଼ ମଣ୍ଡଳର ମହିଳା କଲ୍ୟାଣ ସଂଘଠନର ସଭାନେତ୍ରୀ ଶୁଭଲକ୍ଷ୍ମୀ ଜେନା, ଅତିରିକ୍ତ ରେଳ ପ୍ରବନ୍ଧକ(ଓପି)କଲ୍ୟାଣ ପଟ୍ଟନାୟକ, ଅତିରିକ୍ତ ରେଳ ପ୍ରବନ୍ଧକ (ଇଂଫା) ଶୁଭଜ୍ୟୋତି ମଣ୍ଡଳ, ହିମାଦ୍ରୀ ଭୂଷଣ ବିଶ୍ୱାଳ କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ ଏବଂ ଅନ୍ୟ ଶାଖା ଅଧିକାରୀଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ l ଏପରିକି ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟ୍ସ ଆସୋସିଏସନ ପକ୍ଷରୁ ଦ୍ଵିତୀୟ ଡିଆରଏମ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ହି ନୂତନ ଫୁଟବଲ ଖେଳପଡିଆରେ ଖେଳା ଯାଇଥିଲା l ବିଡମ୍ବନାର ବିଷୟ ରେଳବାଇ ସ୍ପୋର୍ଟ୍ସ ସଂଘଠନର ଉଚପଦସ୍ଥ ଅଧିକାରୀ ଅର୍ଥ ଲୋଭରେ ସ୍ଥାନୀୟ କୁଦିଆରୀ ବଜାର ବ୍ୟବସାୟ ସଂଘର କିଛି ଅସାଧୁ ବ୍ୟକ୍ତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇ ଗଣେଶ ମହୋତ୍ସବ ସହ ମୀନାବଜାର ଏବଂ ଯାତ୍ରାର ଆୟୋଜନ ପାଇଁ ଅନୁମତି ପ୍ରଦାନ କରିଥିଲେ l ମୀନାବଜାର ପାଇଁ ଖେଳପଡିଆକୁ ସମ୍ପୂର୍ଣ୍ଣ ଖୋଳି ଦିଆଯାଇଛି l ପଡିଆରେ ଖାଲଖମାରେ ପରିଣତ ହୋଇ ଅଳିଆ ଆବର୍ଜନା ପଡ଼ିରହିଛି l ସନ୍ଧ୍ୟା ହେଲେ ଉକ୍ତ ପଡିଆରେ ନିଶାଡୀଙ୍କ ଆସର ଜମୁଛି l ଖେଳପଡିଆରେ ମହୋତ୍ସବ, ମୀନାବଜାର ଓ ଯାତ୍ରା ପରିବେଷଣ ଆୟୋଜନକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଏବଂ ବରିଷ୍ଠ ନାଗରିକ ନାପସନ୍ଦ କରିଥିଲେ l କେତକ ବ୍ୟକ୍ତି ନିଜର ସ୍ୱାର୍ଥ ତଥା ଲକ୍ଷାଧିକ ଟଙ୍କାର ରୋଜଗାର ଲୋଭରେ ଏହାକୁ ବୃକ୍ଷେପ ନକରି ମୀନାବଜାର ଆୟୋଜନ କରିଥିଲେ l ଦୟନୀୟ ସ୍ଥିତିରେ ଥିବା ଖେଳପଡିଆକୁ କିଏ ମୂଳ ଅବସ୍ଥାକୁ କରାଇଆଣିବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଗଣେଶ ଉତ୍ସବ ଆଜକୁ ଦଶ ଦିନ ହେବ ସମାପ୍ତ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଖେଳ ପଡିଆର ପୁନଃ ଉଦ୍ଧାର ହୋଇ ପାରିଲା ନାହିଁ l କେଉଁ ନିୟମରେ ଏବଂ କାହା ବାହୁ ଛାୟା ତଳେ ରହି ଏଭଳି କାର୍ଯ୍ୟ କରୁଛନ୍ତି ଏହା ସାଧାରଣରେ ଚର୍ଚ୍ଚା ହେଉଛି l ଏଥି ପ୍ରତି ପୂର୍ବତଟ ରେଳବାଇ ଖୋର୍ଦ୍ଧା ରୋଡ଼ ମଣ୍ଡଳର ଉଚ୍ଚପଦସ୍ଥ ଅଧିକାରୀ ଦୃଷ୍ଟି ଦେଇ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଉଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୭/୧୦/୨୦୨୩----୮,୩୦ Sakhigopal News,7/10/2023