Breaking News

ଐତିହ୍ୟ ସୁଆଣ୍ଡୋ ଗ୍ରାମରେ ଗୋପବନ୍ଧୁ ଜୟନ୍ତୀ ଉପଲକ୍ଷେ ଚଳଚଞ୍ଚଳ

 
ସାକ୍ଷୀଗୋପାଳ  ----- ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଜୟନ୍ତୀ ଉତ୍ସବ ଐତିହ୍ୟ ଜନ୍ମମାଟି ସୁଆଣ୍ଡୋରେ ଗୋପବନ୍ଧୁ ସ୍ମୁତି ପରିଷଦ ଆନୁକୂଲ୍ୟରେ  ଉତ୍କଳମଣି କ୍ଯାମ୍ପସରେ ପାଳନ     କରାଯିବ  । ଜୟନ୍ତୀ ଉତ୍ସବରେ ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ସଭାପତି ରାଜକୁମାର ଜୀ ଯୋଗଦାନ କରିବେ  । ସେହିପରି ଲୋକସେବକ ମଣ୍ଡଳ ଉପସଭାପତି ତଥା ସମାଜର ମୁଦ୍ରାକର, ପ୍ରକାଶକ ନିରଞ୍ଜନ ରଥ, ରାଷ୍ଟ୍ରୀୟ ସମ୍ପାଦକ ଡ ପ୍ରଭାସ ଆଚାର୍ଯ୍ୟ ଯୋଗଦେବେ  ।    ପୁରୀ ଜିଲାପାଳ ସମର୍ଥ ବର୍ମା, ଜିଲା ପ୍ରଶାସନିକ ଓ ସତ୍ଯବାଦୀ ବ୍ଲକ ପ୍ରଶାସନ ଅଧିକାରୀ ମାନେ ଯୋଗଦାନ କରି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ସ୍ମୁତିପରିଷଦ ପକ୍ଷରୁ ସହସ୍ରାଧିକ ଛାତ୍ରଛାତ୍ରୀଙ୍କୁ ନେଇ ସମାବେଶ ଅନୁଷ୍ଠିତ ହେବ  । ଜିଲାପାଳ ବିଦ୍ଯାର୍ଥୀସେବା କାର୍ଯ୍ଯକ୍ରମକୁ ଉଦଘାଟନ କରିବେ  । ବିଭିନ୍ନ ସାଂସ୍କୃତିକ ସଙ୍ଗଠନ, ରାଜନୈତିକ ଦଳର ନେତୃବର୍ଗ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି  । ସେହିପରି ସତ୍ଯବାଦୀ ବିଧାୟକ ଓ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଙ୍କ ସହିତ ବିଜେଡି ନେତା ଓ ମହିଳା, ପୁରୁଷ , ଯୁବକ ମାନେ ଗୋପ ଜୟନ୍ତୀରେ ଯୋଗ ଦେବା ସହ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବ ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଙ୍କ ଠାରୁ ସୁଚନା ମିଳିଛି।  ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୮/୧୦/୨୦୨୩-----୮,୪୫ Sakhigopal News,8/10/2023

Blog Archive

Popular Posts