Breaking News

ଜନକଲ୍ଯାଣ ସେବାଟ୍ରଷ୍ଟର ମୁକ୍ତ ଦନ୍ତଚିକିତ୍ସା ଶିବିର ଅନୁଷ୍ଠିତ




ଜଟଣୀ --ଜଟଣୀ ଅଞ୍ଚଳରେ ସେବାକ୍ଷେତ୍ରରେ ଜନକଲ୍ଯାଣ ସେବାଟ୍ରଷ୍ଟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଟ୍ରଷ୍ଟର ଅଧ୍ଯକ୍ଷ ନବୀନ୍ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନ କ୍ରମେ ଶ୍ରୀବତ୍ସ ପାଠାଗାର ଠାରେ ଏକ ମୁକ୍ତ ଦେୟ ଦନ୍ତଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି | ଏହିପରିପ୍ରେକ୍ଷୀରେ ଆଇନଜୀବୀ ଅକ୍ଷୟ ଦାସ,ଯୁବନେତା ସୁନୀଲ୍ ରାଉତରାୟ,ଲିଟୁରଂଜନ ରାଉତରାୟ ଓ ଡ. ଅଙ୍କିତ୍ ମହାପାତ୍ର ଆନୁଷ୍ଠାନିକ ଭାବେ ଶିବିରର ଉଦଘାଟନ କରିଥିଲେ | ଉକ୍ତ କାର୍ଯ୍ଯକ୍ରମକୁ ଟ୍ରଷ୍ଠର ସଂଗଠନର ସମ୍ପାଦକ ନୀଲୁ ପଟ୍ଟନାୟକ ଓ ବରିଷ୍ଠସଦସ୍ଯ ହରପ୍ରସାଦ ମିଶ୍ର ପରିଚାଳନା କରିଥିଲେ |
ଉପସଭାପତି ଏମ୍ ଡି କରିମ୍,ସଂଯୋଜକ ବିଭୁ ମହାନ୍ତି,ସ୍ମିତ୍ ପ୍ରକାଶ ମହାନ୍ତି ,ରୁଦ୍ରନାରାୟଣ ସାହୁ,ବିଶ୍ୱରଂଜନ ସାହୁ,ବେଣୁଧର ବରାଳ,ନୀଳାମ୍ବର ମିଶ୍ର,ମାନସ କୁମାର ରଥ କାର୍ଯ୍ୟକ୍ରମ ପରିଚାଳନା ରେ ସହୋଯୋଗ କରିଥିଲେ | ଶେଷରେ ଯୁଗ୍ମ ସମ୍ପାଦକ ଜିତେନ୍ଦ୍ର ନାୟକ ଧନ୍ଯବାଦ ଅର୍ପଣ କରିଥିଲେ | ୫୦ରୁ ଉର୍ଦ୍ଧ ଦନ୍ତ ରୋଗୀ ଏହି ଶିବିରରେ ଉପକୃତ ହୋଇଥିଲେ | ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୦/୧୦/୨୦୨୩---୮,୪୫ Sakhigopal News,10/10/2023

Blog Archive

Popular Posts