Breaking News

ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ସ୍ବାଗତ ସମ୍ବର୍ଦ୍ଧନା ଓ ଆଲେଚନାଚକ୍ର


 
ଭଞ୍ଜନଗର----- ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଓଡ଼ିଆ ବିଭାଗ ଆନୁକୂଲ୍ୟରେ ପାଠଚକ୍ର ଓ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l  ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ  ଡକ୍ଟର ସୁଶାନ୍ତ କୁମର ମଲ୍ଲିକ ସଭାପତିତ୍ୱ କରିଥିବାବେଳେ ପ୍ରାକ୍ତନ ଅଧକ୍ଷ ପ୍ରଫେସର କୃତ୍ତିବାସ ବିଶ୍ୱାଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ l
ପ୍ରାରମ୍ଭରେ ଦ୍ଵିତୀୟ ଓ ତୃତୀୟ ବର୍ଷର ଛାତ୍ରୀ ମାନେ ପ୍ରଥମ ବର୍ଷର ଛାତ୍ରୀ ମାନଙ୍କୁ ସ୍ୱାଗତ କରିଥିଲେ l 'ଓଡ଼ିଶାର ସଂସ୍କୃତି ଓ ପରମ୍ପରାରେ ଆଦିବାସୀ ନୃତ୍ୟ' ଶୀର୍ଷକ ଏକ ପ୍ରବନ୍ଧ ପାଠ କରିଥିଲେ ସୁଶ୍ରୀ ସୁମିତ୍ରା ସ୍ୱାଇଁ l ଅଧ୍ୟାପିକା  ସ୍ବର୍ଣ୍ଣମୟୀ ମହାରଣା  ଉକ୍ତ ପ୍ରବନ୍ଧର ତତ୍ୱାବଧରିକା ଥଲେ l ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅମୁଲ୍ୟ କୁମର ଶତପଥୀ  କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ lଆଦିବାସୀ ସଂସ୍କୃତି ଓ ନୃତ୍ୟ  ଓଡ଼ିଶାର ଜନଜୀବନକୁ ଆଜି ମଧ୍ୟ କିପରି  ପ୍ରଭାବିତ କରିରଖିଛି ଓ ସାରା ବିଶ୍ୱରେ ତାର କାୟା ବିସ୍ତାର କରିପାରିଛି ସେ ସମ୍ପର୍କରେ ମୁଖ୍ୟ ଅତିଥି ବିଶ୍ବାଳ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ l ବିଭାଗୀୟ ଛାତ୍ରୀ ମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ଅଧ୍ୟାପକ ପ୍ରେମଚାନ୍ଦ ମଲ୍ଲିକ,ସନ୍ତୋଷ କୁମର ମହାନ୍ତି, ଅଧ୍ୟାପିକା ସନ୍ଧ୍ୟରାଣୀ ପ୍ରଧାନ, ସୁପ୍ରଭା ବେହେରା, ମୋନାଲିସା ସାହୁ, ଶ୍ରୀୟା ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ପରିଶେଷରେ ସୁଶ୍ରୀ ପ୍ରିୟଙ୍କା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୧୦/୨୦୨୩----୪,୨୫ Sakhigopal News,13/10/2023

Blog Archive

Popular Posts