ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ, ଦୁର୍ନୀତି ମୁକ୍ତ ଓଡିଶା ଗଠନ ପାଇଁ ଶପଥ ପାଠ
ଭଞ୍ଜନଗର---- ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଦୁର୍ନୀତି ନିବାରଣ ସପ୍ତାହ ପାଳନ କାର୍ଯ୍ୟକ୍ରମ। ଆଉ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭଞ୍ଜନଗରରେ ଦୁର୍ନୀତି ନିବାରଣ ସଚେତନତା ର ଶପଥ ପାଠ ବ୍ଲକ ଓସଓ୍ବାନ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସୋମବାର ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନାଗରିକ ଙ୍କ ସୁରକ୍ଷା ପାଇଁ ଶପଥ ପାଠ କରାଇଥିଲେ। ଏଥିପାଇଁ ପ୍ରତ୍ୟେକ ସରକାରୀ କର୍ମଚାରୀ ନିଜ ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତମୁଳକ ସାଧୁତା ବଜାୟ ରଖିବା, ଜନସାଧାରଣଙ୍କ ହିତ ସାଧନ ପାଇଁ କାର୍ଯ୍ୟ କରିବା, ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଏବଂ ଆଇନର ଶାସନକୁ ଅନୁପାଳନ କରିବା, ଉତ୍କୋଚ ଗ୍ରହଣ ନକରିବା, ସମସ୍ତ ଦାୟିତ୍ୱ କୁ ସାଧୁତା ଏବଂ ସ୍ବଚ୍ଛତା ର ସହ ସମ୍ପାଦନ କରିବାକୁ ଉପସ୍ଥିତ ଅଧିକାରୀ ଓ କର୍ମଚାରୀ ଶପଥ ନେଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଭଞ୍ଜନଗର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୁଷଣ ମହାପାତ୍ର, ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ, ସିଡିପିଓ ବିଷ୍ଣୁପ୍ରିୟା ସେଠୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସନୁଜ ନାୟକ, ଉପଖଣ୍ଡ ସୁଚନା ଓ ଲୋକ ସଂପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ ଙ୍କ ସମେତ ଭଂଜନଗର ବ୍ଲକର ସମସ୍ତ କର୍ମଚାରୀଗଣ ତଥା ଅନ୍ୟାନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ଗଣ ଉପସ୍ଥିତ ଦୁର୍ନୀତି ମୁକ୍ତ ଓଡିଶା ଗଠନ ପାଇଁ ଶପଥ ପାଠ କରିଥିଲେ।
ସେହିପରି ଭଞ୍ଜନଗର ଥାନା ପରିସରରେ ମଧ୍ୟ ଅନୁରୂପ ଭାବେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି। ଏସଡିପିଓ ବିଶ୍ଵାମିତ୍ର ହରପାଲ୍ ଏଠାରେ ଉପସ୍ଥିତ ରହି ଥାନା ର ପ୍ରତ୍ୟେକ କର୍ମଚାରୀ ଙ୍କୁ ଉତ୍କୋଚ ନନେବା ସହ ଦୁର୍ନୀତି ମୁକ୍ତ ଓଡିଶା ଗଠନ ପାଇଁ ଶପଥ ପାଠ କରାଇଥିଲେ। ଥାନା ଅଧିକାରୀ ଭଗବାନ ପୂଜାରୀ ଓ ଥାନା ର ସମସ୍ତ ଏସ୍ ଆଇ, ଏ ଏସ୍ ଆଇ ଙ୍କ ସମେତ ହାବିଲଦାର ଓ କନେଷ୍ଟବଳ ଉପସ୍ଥିତ ରହି ଶପଥ ପାଠ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୧୦/୨୦୨୩----୮,୧୦ Sakhigopal News,30/10/2023