Breaking News

ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ



ଭଞ୍ଜନଗର -----ଭଞ୍ଜନଗର ଫୁଲବାଣୀ ରାସ୍ତାରେ ଥିବା ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ପରିସରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ଅଧ୍ୟକ୍ଷ ଶ୍ରୀ ବାସୁଦେବ ପାଣିଗ୍ରାହୀ  ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରାୟ ଓ ସମାଜସେବୀ  ସନ୍ତୋଷ ମିଶ୍ର ଯୋଗଦେଇଥିଲେ । ସଡକ ସୁରକ୍ଷା, ଟ୍ରାଫିକ୍‌‌ ସିଗନାଲ୍‌‌ , ସଡ଼କ ଦୁର୍ଘଟଣାର କାରଣ ସଂକ୍ରାନ୍ତରେ ସଚେତନ କରାଇଥିଲେ। ସମାଜସେବୀ ଶ୍ରୀ ସନ୍ତୋଷ ମିଶ୍ର ନିଜର ସାଇକେଲ ସାହାଯ୍ୟ ରେ ବିଶ୍ଵ ଭ୍ରମଣ କରି ଅଦ୍ୟାବଧି ଏକ ଲକ୍ଷ କିମି ଅତିକ୍ରମ କରି ସଡ଼କ ଦୁର୍ଘଟଣାର ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନ କରିଆସୁଥିବା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଡିଏଭି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସଡ଼କ ଦୁର୍ଘଟଣାର କାରଣ ସମ୍ବନ୍ଧରେ ପଥପ୍ରାନ୍ତ ନାଟକ ଆୟୋଜନ କରାଯାଇ ସଡ଼କ ସୁରକ୍ଷା ବିଷୟରେ ସ୍ଲୋଗାନ ଦିଆଯାଇଥିଲା । ଶିକ୍ଷକ ଶ୍ରୀ ଗୋପାଳକୃଷ୍ଣ ଗୌଡ  କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୧୦/୨୦୨୩---୮,୩୫ Sakhigopal News,17/10/2023

Blog Archive

Popular Posts