Breaking News

ଶିଶୁମାନେ ହେଉଛନ୍ତି ଅନେକ ଲୁକ୍କାୟିତ ପ୍ରତିଭା

 
ଡେଲାଙ୍ଗ-  ଶିଶୁ ମାନେ ହିଁ ଆଗାମୀ ଭବିଷ୍ୟତର ମୁଖ୍ୟ କର୍ଣ୍ଣଧାର। ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରି ବିକଶିତ କରିବାରେ ସମସ୍ତଙ୍କର ସକରାତ୍ମକ ସହଯୋଗ ରହିବା ଦରକାର । ସୁରଭି କାର୍ଯ୍ୟକ୍ରମ ଗଡମୋଟରୀ ସ୍ଥିତ ବିଶ୍ଵନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଖପାଖ ୧୦ଟି ବିଦ୍ୟାଳୟର ୧୧୦ଜଣ ପିଲାମାନଙ୍କୁ ନେଇ ଅନୁଷ୍ଠିତ  "ସୁରଭି"କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍, ବକ୍ତୃତା, ବିତର୍କ,ପ୍ରବନ୍ଧ ,ଗୀତ, ନୃତ୍ୟ, ସୁନ୍ଦର ହସ୍ତାକ୍ଷର, ସୃଜନଶୀଳ ଲିଖନ,ମିଲେଟସ୍,ଏମଡିଏମ୍ ଚିତ୍ରକଳା ଆଦି ପ୍ରତିଯୋଗିତା କରାଯାଇ କୃତି ଛାତ୍ର ଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।ସିଆରସିସି ବସନ୍ତ କୁମାର ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାଵଧନରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ମମତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସୁରଭି ସଭାରେ ମୁଖ୍ୟ ଅତିଥି ଓ ବକ୍ତା ଭାବେ ଶିକ୍ଷାବିତ୍ ନାରାୟଣ ପାତ୍ର, ଉମେଶ ଚନ୍ଦ୍ର ମହାନ୍ତି, ଦୀନବନ୍ଧୁ ମୁଦୁଲି, ହେମନ୍ତ ବେହେରା, ପ୍ରଶାନ୍ତ କୁମାର ଦାସ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଲୁକ୍କାୟିତ ପ୍ରତିଭା ଗୁଡ଼ିକର ଉପଯୁକ୍ତ ବିକାଶ ଉପରେ ଗୁରୁତ୍ଵାରୋପ କରିଥିଲେ। ଏଥିରେ  ବିଚାରକ ଭାବେ ଶିକ୍ଷକ ପର୍ଶୁରାମ ଜେନା ,ସୁରେନ୍ଦ୍ର ନାୟକ,ଶରତ ସିଂ, ଅଭିମନ୍ୟୁ ସିଂ,ଦିନେଶ ବେହେରା, ବିଜୟ ବିଶ୍ବାଳ,ବିଜୟ ନାୟକ, ଦିଲ୍ଲୀପ ବେହେରା ,ସରିତା ମିଶ୍ର ,ଲକ୍ଷ୍ମୀପ୍ରିୟା ଦାଶ ,ଶୁଭଦର୍ଶନୀ ଷଡ଼ଙ୍ଗୀ, ସୁକନ୍ୟା ଡାକୁଆ ଯୋଗ ଦେଇ ସଠିକ୍ ମୂଲ୍ୟାୟନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ଚମ୍ପତି, ଶିକ୍ଷୟିତ୍ରୀ ମୋନାଲିସା ପାଇକରାୟ, କଲ୍ୟାଣୀ ବଳବନ୍ତରାୟ, ଦେବକୀ ଦାସ,ନିଳୀମା କଚ୍ଛପ , ସୁଚିତ୍ରା ପରିଡ଼ା, ଶାନ୍ତିଲତା ପ୍ରଧାନ,ଦିଲ୍ଲୀପ ବେହେରା,ରତ୍ନାକର ଦାସ , ସୁରେନ୍ଦ୍ର ବେହେରା,ପ୍ରଦୀପ ନାୟକ ସଂପୂର୍ଣ୍ଣ ସହଯୋଗ କରିଥିଲେ। କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପାଦିତ ହୋଇଥିବାରୁ ସିଆରସିସି ବସନ୍ତ ସେଠୀଙ୍କର  ସଭାରେ ଅନେକ ପ୍ରଶଂସା କରାଯାଇଥୁଲା । ସିଆରସିସି ସ୍ବାଗତ ଅଭିଭାଷଣ ଦେବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଛାତ୍ର ଛାତ୍ରୀ ଅନସର ଅଲୀ ଖାଁ, ରାହୁଲ ବେହେରା, ଅଙ୍କିତା ପ୍ରିୟଦର୍ଶିନୀ, ଅଙ୍କିତା ପାତ୍ର,ସୌରଭ ପରିଡ଼ା ଓ ଅନ୍ୟ ମାନେ  ସଫଳତା ଅର୍ଜନ କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୭/୧୦/୨୦୨୩---୮,୪୫ Sakhigopal News,17/10/2023

Blog Archive

Popular Posts