Breaking News

ସୋରୁମରେ ଭୟାବହ ଅଗ୍ନିକାଣ୍ଡ, ଦୁଇ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡ଼ି ଗଲା

 


ନୟାଗଡ -ନୟାଗଡ ସହରର ଖଣ୍ଡପଡା ରୋଡରେ ଥିବା ଶ୍ରୀ ଶ୍ଯାମ୍ ଗାର୍ମେଣ୍ଟ ସୋରୁମରେ ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରେ ନିଆଁ  ଲାଗିଥିବା ଅନୁମାନ କରାଯାଇଛି । ନିଆଁ  ଲିଭାଇବାରେ ୪ଟି ଦମକଳ ଏବଂ ୩୦ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତ ରହିଥିଲେ l ୨କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡିଯାଇଥିବା ମାଲିକଙ୍କ ଠାରୁ ସୂଚନା ମିଳିଛି । ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା ପ୍ରାଥମିକ ଅନୁମାନ କରାଯାଇଛି । ସବୁଦିନପରି ଗତକାଲି ରାତି ୧୦ଟାରେ ମାଲିକ ଏବଂ କର୍ମଚାରୀ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ରାତି ପ୍ରାୟ ୩ଟା ସମୟରେ ସ୍ଥାନୀୟ ଲୋକମାନେ ଦୋକାନରୁ ଧୁଆଁ ବାହାରୁଥିବା ଦେଖି ମାଲିକଙ୍କୁ ଖବର ଦେଇଥିଲେ । ପରେ ଅଗ୍ନିଶମ ବାହିନୀ ଖବରପାଇ ଘଟଣାସ୍ଥଳକୁ ଆସିଥିଲେ । ତେବେ ଦୋକାନ ସଂପୂର୍ଣ୍ଣ ବନ୍ଦ ଥିବାରୁ ନିଆଁ ଆୟତ କରିବା କଷ୍ଟକର ହୋଇପଡିଥିଲା । ନୟାଗଡ  , ନୂଆଗାଁ  , ଖଣ୍ଡପଡାରୁ ୪ଦମକଳଗାଡି ଏବଂ ୩୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିଆଁଲିଭାରେ ନିୟୋଜିତ ହୋଇଥିଲେ । ସୋରୁମର ଆକାର ବଡ ହୋଇଥିବାରୁ ଏବଂ ଭିତରୁ ଧୁଆଁ ଯୋରରେ ବାହାରୁଥିବାରୁ ନିଆଁ ଆୟତ କରିବାକୁ ୪ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଏପରିକି ନିଆଁ ଲିଭାଇବା ପାଇଁ ଜେସିବି ଲଗାଇ ଦୋକାନଘର ଭାଙ୍ଗିବାକୁ ପଡିଥିଲା । ନିଆଁ କିପରି ଲାଗିଲା ସେ ସମ୍ପର୍କରେ ପରେ ଜଣାପଡିବ ବୋଲି ଫାୟାର ଅଫିସର୍ କହିଥିବାବେଳେ  ସିଲିଙ୍ଗରୁ ସର୍ଟସର୍କିଟ ହୋଇ ନିଆଁ ଲାଗିଥିବା ଅନୁମାନ କରାଯାଉଛି ବୋଲି ଦୋକାନ ମାଲିକ ବିକାଶ ଶର୍ମାକହିଛନ୍ତି ।

ନୟାଗଡରୁ ନିରଂଜନ ଦାସଙ୍କ ରିପୋର୍ଟ,୨୮/୧୦/୨୦୨୩------୭,୪୫ Sakhigopal News,28/10/2023

Blog Archive

Popular Posts