ଶିଶୁ ବାଟିକା ମାତୃ କର୍ମଶାଳା ଅନୁଷ୍ଠିତ
ଜଟଣୀ -- ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ବାଟିକା ବିଭାଗର ୮୨ ଜଣ ମାଆ ମାନଙ୍କର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ପରିଚାଳନା ସମିତିର ସଭାପତି ପ୍ରଶନ୍ନ କୁମାର ରଥ ଅତିଥି ଭାବେ ଯୋଗ ଦେଇ ମାତୃ କର୍ମଶାଳାର ଶୁଭ ଉଦ୍ଘାଟନ କରିଥିଲେ l ପ୍ରାତଃ ପର୍ଯାୟ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଅତିଥି ପରିଚୟ ପ୍ରଦାନ କରିଥିଲେ l ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନସରଞ୍ଜନ ଜେନା ସ୍ୱାଗତ ଭାଷଣ ମାଧ୍ୟମରେ ଉତ୍ତମ ଚରିତ୍ରବାନ ଶିଶୁ ସନ୍ତାନ ନିର୍ମାଣ ନିମନ୍ତେ ମାଆ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ପରେ ପରେ ମାଆ ମାନଙ୍କର ଶାରୀରିକ କର୍ମଶାଳାର ମୁକ୍ତ ବ୍ୟାୟାମ, ଦଉଡି ଟଣା, ଟାୟାର ଖେଳ, ଅଙ୍କାବଙ୍କା ଚାଲିବା ସହ ବାୟୁର ଚାପ, ସଂକୋଚନ, ପ୍ରସାରଣ, ଦ୍ରବ୍ୟ, ଦ୍ରାବକ ଓ ଭାସିବା, ବୁଡିବା ଇତ୍ୟାଦି ହସ୍ତ କର୍ମ, ବୌଦ୍ଧିକ ବିକାଶ, ଝୋଟି, ମାତୃମଣ୍ଡଳୀଙ୍କ ଦ୍ୱାରା ଭଜନ ନୁର୍ତ୍ୟ ପରେ ପୁରସ୍କାର ବିତରଣ କରାଯାଇଥିଲା l ଅମୃତ କଳସ, ଶଙ୍କା ମୋଚନ କାଳାଂଶ ଓ ଶେଷରେ ଅନୁଭୂତି କଥନ ମାଆ ମାନେ କହିଥିଲେ l ଏଥିରେ ପ୍ରାତଃ ପ୍ରଜାୟ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୧୦/୨୦୨୩---୯,୧୦ Sakhigopal News 9/10/2023
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୧୦/୨୦୨୩---୯,୧୦ Sakhigopal News 9/10/2023