Breaking News

ଜଳ ପାନ କରି ନଅ ଦିନ ଧରି ମାଆଙ୍କନବରାତ୍ରୀ ପୂଜା କରୁଥିଲେ ଗୋଛାବାରି ଗ୍ରାମରବିଷ୍ଣୁ ପ୍ରିୟା

 

ନୟାଗଡ଼--- ମାଆଙ୍କ ଶାରଦୀୟ ନବରାତ୍ରୀ ପୂଜା ଶେଷ ହୋଇଯାଇଛି
।କୌଣସି ଖାଦ୍ୟ ନ ଖାଇ ପାଣି ପିଇଏହାକୁ ନିରବଚ୍ଛିନ୍ନ ଭାବେ ଦୀର୍ଘ ନଅ ଦିନଧରି ପୂଜା କରୁଥିଲେ ନୟାଗଡ ଜିଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କିଆଝର ପଞ୍ଚାୟତର ଗୋଛାବାରି ଗ୍ରାମର ନୟାଗଡ ଜିଲ୍ଲାସାମ୍ବାଦିକ ନିରଂଜନ ଦାସଙ୍କ ଝିଅ ବିଷ୍ଣୁ ପ୍ରିୟା ଦାସ।
ମାଆଙ୍କ ପୂଜା ଦୀର୍ଘ ପାଞ୍ଚ ବର୍ଷ ଧରି କରି ଆସୁଛନ୍ତି।ମାଆଙ୍କ ଏହି ନବ ରାତ୍ର ପୂଜା ପାଇଁ ପ୍ରଥମେ ଗୋଛାବାରି ହନୁମାନଙ୍କ ପୀଠରେ ଥିବା ପୋଖରୀ ନିକଟରେ ପୂଜା କରି ସେଠାରୁ କଳସ ରେ ପାଣି ଆଣି ପୀଠରେ ଥିବା ବେଲଗଛକୁ ପୂଜା କରି ବରଣ କରା ଯାଇଥିଲା।ଏହା ପରେ ଜଳ ପୂର୍ଣ କଳସ ଧରି ଘରେ ସ୍ଥାପନ ହୋଇଥିବା ମାଆଙ୍କ ପାଖରେ ରଖା ଯାଇଥିଲା।ଏହା ପରେ ସୂର୍ଯ୍ୟ ପୂଜା କରା ଯାଇ ସୂର୍ଯ୍ୟଙ୍କ ଠାରୁ ଅଗ୍ନି ଆଣି ହୋମ କୁଣ୍ଡରେ ସ୍ଥାପନ କରାଯାଇ ଥିଲାଏହି ପୂଜା କୁ ବିଧି ବିଧାନ ସହ ନିଷ୍ଠା ରେ କରା ଯାଇ ଅଛି।
ସପ୍ତମୀ,ଅଷ୍ଟମୀ, ଏବଂ ନବମୀ ତିଥିରେ ଏହି ତିନି ଦିନ ପ୍ରତ୍ୟକ ସକାଳୁ ସୂର୍ଯ୍ୟ ପୂଜା ସହ ହୋମ ହେବା ସହିତସପ୍ତମୀଦିନ ମାଆଙ୍କ ନିକଟରେ ସାତସହ ବେଲପତ୍ର ଚଢା ଯାଇଥିଲା।ଅଷ୍ଟମୀ ଦିନ ମାଆଙ୍କୁ କୁଷ୍ମାଣ୍ଡ ବଳି ଓ ଏକ ସହ ଆଠ ବେଲପତ୍ରଏବଂନବମୀ ଦିନଏକ ସହ ବେଲପତ୍ର ଚଢା ଯିବାସହ ନବ କୁମାରୀ ଙ୍କୁ ପୂଜା କରିବା ପରେ ଅପରାହ୍ନ ରେ ପୂର୍ଣାହୁତି କାର୍ଯ୍ୟ ସମ୍ପାଦନ ହୋଇଥିଲା ତେବେମାଆଙ୍କ ପୂଜା ସରିବା ପରେ ଲୁହରେ ମାଆଙ୍କୁ ବିଦାୟ ଦେଇଥିଲେ । ଆସନ୍ତା ବର୍ଷ କୁ ଅପେକ୍ଷା କରିଛନ୍ତି ବିଷ୍ଣୁ ପ୍ରିୟା। ଏହି ପୂଜାରେ ଗଣିଆବ୍ଲକ ନିକଟସ୍ଥ ବେଲପଡା ଗ୍ରାମର ବ୍ୟାସପଣ୍ଡିତ  ପବିତ୍ର କର ପୂଜା କରୁଥିବା ବେଳେ ତାଙ୍କ ସହାୟତା ଯୋଗାଇ ଦେଇଛନ୍ତି ଖଣ୍ଡପଡ଼ା ବ୍ଲକ ନିକଟସ୍ଥ ଗଡ଼ିଆସାହି ପଂଚାୟତର ନଟବର ପୁର ଶାସନର କୁଳ ପୁରୋହିତ ରଘୁ କରଙ୍କ ପୁଅରାଜା। 



ନୟାଗଡ ରୁ ନିରଂଜନ ଦାସ ଙ୍କ ରିପୋର୍ଟ,୨୮/୧୦/୨୦୨୩----୭,୪୫ Sakhigopal News,28/10/2023

Blog Archive

Popular Posts