Breaking News

ତାରସିଂ ଥାନା ଅଧିକାରୀ ଭାବେ ଯୋଗ ଦେଲେ ଅଶ୍ବିନୀ ଭିତିରିଆ



ଭଞ୍ଜନଗର--ଅଶ୍ବିନୀ ଭିତିରିଆ ତାରସିଂ ଥାନା ରେ ନୂଆ ଥାନା ଅଧିକାରୀ ଭାବେ  କାର୍ଯ୍ୟରେ ଯୋଗ ଦେଇଛନ୍ତି। ଦାୟିତ୍ଵ ଗ୍ରହଣ କରିବା ପରେ ତାରସିଂ  ଗ୍ରାମ ସମେତ ଏହି ଥାନା ଇଲାକା ର ଆଇନ ଶୃଙ୍ଖଳା ରକ୍ଷା ତାଙ୍କର ପ୍ରାଥମିକ କାର୍ଯ୍ୟ ହେବ ବୋଲି ସେ ସୂଚନା ଦେଇଛନ୍ତି। ଆଗକୁ ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନ ସଭା ନିର୍ବାଚନ। ଏହାକୁ ଏକ ଚାଲେଞ୍ଜ ଭାବେ ନେଇ ଏହି ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ସହ ନିର୍ବାଚନ ଯେପରି ଭୟଶୂନ୍ୟ ଭାବେ ସଂପନ୍ନ ହେବ ତାହା ମଧ୍ୟ ତାଙ୍କ ପାଇଁ ଏକ ବଡ ଚାଲେଞ୍ଜ ହେବ। ତେବେ ଏକ୍ଷେତ୍ରରେ ତାରସିଂ ଅଞ୍ଚଳବାସୀ ଙ୍କ ସହଯୋଗ ସେ ନିଶ୍ଚୟ ଆଶା କରିବେ ବୋଲି ନୂତନ ଥାନା ଅଧିକାରୀ ଅଶ୍ବିନୀ ଭିତିରିଆ ନିଜ ପ୍ରତିକ୍ରିୟାରେ ଉଲ୍ଲେଖ କରିଛନ୍ତି।
ଏହା ପୂର୍ବରୁ ପ୍ରଦିପ୍ତ କୁମାର ଦାଶ କାର୍ଯ୍ୟ ତୁଲାଇ ଆସୁଥିବା ବେଳେ ସେ ଅବସର ନେବା ପରେ ଏହି ଥାନାକୁ ଗାଲେରୀ ଫାଣ୍ଡି ଅଧିକାରୀ ଭାଗୀରଥି ନାୟକ ଦାୟିତ୍ବ ନେଇଥିଲେ । ଆଜକୁ  ୭ମାସରୁ ଉଦ୍ଧ ପଦବୀ ଖାଲି ରହିଥିଲା।  ଗଞ୍ଜାମ ଏସପି ଜଗମୋହନ ମୀନା ଶୁକ୍ରବାର ସୁଦ୍ଧା ନୂତନ ଥାନା ଅଧିକାରୀ ଦାୟିତ୍ଵ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।  ଏହା ପୂର୍ବରୁ ଅଶ୍ବିନୀ ଭିତିରିଆ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଥାନାଧିକାରୀ ଭାବେ କାର୍ଯ୍ୟକରୁଥିଲେ ।  ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନାଙ୍କ ନିର୍ଦ୍ଦେଶ କ୍ରମେ ନୂତନ ଥାନାଧିକାରୀ ଅଶ୍ବିନୀ ଭିତିରିଆ କାର୍ଯ୍ୟରେ ଯୋଗ ଦେଇଛନ୍ତି । ପାର୍ବଣ ରୁତୁ ଚାଲିଥିବାରୁ ଥାନା ଅଞ୍ଚଳରେ ଶାନ୍ତିଶୃଙ୍ଖଳା ସହ ଆଇନ ଶୃଙ୍ଖାଳ ବଜାଇ ରଖିବେ ବୋଲି କହିଛନ୍ତି। ସ୍ଥାନୀୟ ଅଞ୍ଚଳବାସୀ ଗଞ୍ଜାମ ଆରକ୍ଷୀ ଅଧିକାରୀ ଜଗମୋହନ ମୀନା ଓ ନୂତନ ଥାନାଧିକାରୀ ଅଶ୍ବିନୀ ଭିତିରିଆଙ୍କୁ ସ୍ବାଗତ ଜଣାଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୧୦/୨୦୨୩---୪,୪୫ Sakhigopal News,21/10/2023

Blog Archive

Popular Posts