Breaking News

ବାଲ୍ୟ ବିବାହ ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

 

ସାକ୍ଷୀଗୋପାଳ----- ସତ୍ଯବାଦୀ ବ୍ଲକର ସଦଭାବନା ଗୃହ ପରିସରରେ ରୁଚିକା ସମାଜ ମଙ୍ଗଳ ସଂଗଠନ ପକ୍ଷରୁ ବାଲ୍ୟ ବିବାହ ମୁକ୍ତ ଭାରତ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଅନୁଷ୍ଠିତ ସଭାରେ ସତ୍ଯବାଦୀ ବ୍ଲକର ମହିଳା ଶିଶୁ ବିକାଶ ବିଭାଗର ଅଧିକାରୀଣି ରାଜଲକ୍ଷ୍ମୀ ଦାଶ ସଭାପତିତ୍ବ କରିଥିଲେ। ଅତିଥି ଭାବେ ରୁଚିକା ସମାଜ ମଙ୍ଗଳ ସଂଗଠନ ର ମୁଖ୍ୟ ସଂଯୋଜକ ଡ, ବେଣୁଧର ସେନାପତି ଯୋଗ ଦେଇ ଏକ ବିଦ୍ଯୁତ ବଲ ମାଧ୍ୟମରେ ଯୋଗ ଦେଇଥିବା ମହିଳା ମାନଙ୍କୁ ବୁଝାଇଥିଲେ। ଅନ୍ୟତମ ଅତିଥି ଭାବେ ଅନୁଷ୍ଠାନ ର ଜିଲ୍ଲା ସଂଯୋଜକ ହେମନ୍ତ କୁମାର ଦାଶ, ସତ୍ଯବାଦୀ ବ୍ଲକର ପ୍ରଥମ ମହିଳା ଗୋଷ୍ଠୀ ର ସଭାନେତ୍ରୀ ତଥା ସମାଜସେବା କନକଲତା ପଣ୍ଡା, ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ର ଅଧ୍ୟକ୍ଷ ସତ୍ୟପ୍ରିୟ ସୁନ୍ଦର ମିଶ୍ର, ଡାକ୍ତର ପିତମ ବାଗ ପ୍ରମୁଖ ଯୋଗଦେଇ ସମସ୍ତ ମା ମାନେ ଏକାଠି ହୋଇ କାମ କରିଲେ ନିଶ୍ଚିତ ଆମ ଦେଶରୁ ବାଲ୍ୟ ବିବାହ ମୁକ୍ତ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ଅଙ୍ଗନୱାଡି କର୍ମୀ, ସୁପର ଭାଇଜର,ମିଶନ ଶକ୍ତିର ମା  ମାନଙ୍କ ସହିତ ସରପଞ୍ଚ ମାନେ ଯୋଗ ଦେଇଥିଲେ। ରୁଚିକା ସମାଜ ମଙ୍ଗଳ ସଂଗଠନ ପକ୍ଷରୁ ସମସ୍ତ ଅତିଥି ମାନଙ୍କୁ ଫୁଲ ଗଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ଅବସରରେ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଏକ ସୁନ୍ଦର ଗୀତ ଗାନ କରାଯିବା ସହ ଶପଥ ପାଠ କରାଯାଇଥିଲା। ଅର୍ଚ୍ଚନା ମିଶ୍ର,ଲିପିସା ପଟ୍ଟନାୟକ, ପ୍ରକାଶ ପ୍ରଧାନ, ପ୍ରମୋଦ କୁମାର ବେହେରା, ହରପ୍ରିୟା ଖଟୋଇ ଓ ସୁପ୍ରିୟା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୧୦/୨୦୨୩----୮,୧୦ Sakhigopal News,20/10/2023

Blog Archive

Popular Posts