Breaking News

ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗରେ ଆନ୍ତର୍ଜାତିକ ବାଳିକା ଦିବସ ପାଳନ




ଭଞ୍ଜନଗର--ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗରରେ ଆନ୍ତର୍ଜାତିକ ବାଳିକା ଦିବସ ପାଳନ କରାଯାଇଛି। ବିଦ୍ୟାଳୟ ତରଫରୁ ଏହି ଦିବସ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ ଙ୍କ ନିର୍ଦ୍ଦେଶନାରେ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ ଡାକୁଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟ ର ସମସ୍ତ ଛାତ୍ରୀ ମାନଙ୍କୁ ମାସିକ ପିରିୟଡ ସମୟରେ ସ୍ବାସ୍ଥ୍ୟ ର ଯତ୍ନ ,ଆତ୍ମ ସୁରକ୍ଷା ର କୌଶଳ  ଶିକ୍ଷା  ସଚେତନତା କାର୍ଯ୍ୟକ୍ରମ  କରାଯାଇଥିଲା। ବାଳିକା ମାନଙ୍କ ମାନସିକ ସ୍ଵାସ୍ଥ୍ୟର ଉନ୍ନତି , ସମାଜରୁ କୁସଂସ୍କାର ଦୂର କରିବା, ବେଟି ପଢାୱ ବେଟି ବଢାୱ ଏଭଳି ଅନେକ ଆଲୋଚନାକୁ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା। ବିଦ୍ୟାଳୟ ର ଶିକ୍ଷୟିତ୍ରୀ ମାନଙ୍କ ଉପସ୍ଥିତରେ କାର୍ଯ୍ୟକ୍ରମଟି ସଫଳ ହୋଇପାରିଥିଲା।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୧/୧୦/୨୦୨୩---୮,୫୫ Sakhigopal News,11/10/2023

Blog Archive

Popular Posts