Breaking News

ଜଟଣୀ ପଞ୍ଚାୟତ ସମିତିର ସଭା ଗୃହରେ ଜିଲ୍ଲାପାଳ, ଖୋର୍ଦ୍ଧା ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର


ଜଟଣୀ --- ଜଟଣୀ ପଞ୍ଚାୟତ ସମିତି ର ସଭା ଗୃହ ରେ ଜିଲ୍ଲାପାଳ, ଖୋର୍ଦ୍ଧା ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇଥିଲା । ଏହି
ଶୁଣାଣି ରେ  ଶ୍ରୀ କେ ସୁଦର୍ଶନ ଚକ୍ରବର୍ତୀ, ଜିଲ୍ଲାପାଳ, ଶ୍ରୀ ବାଦଲ କୁମର ମହାନ୍ତି,ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଖୋର୍ଦ୍ଧା, ଶ୍ରୀମତି ସୁଚେତା ମହାପାତ୍ର,ଡେପୁଟି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ରାଉତ, ବି.ଡି.ଓ ଜଟଣୀ, ରୁମାନା ଜାଫ୍ରି,ତହସିଲଦାର ଜଟଣୀ ଓ ବିଭିନ୍ନ ବିଭାଗ ର ସମସ୍ତ ଉପରିସ୍ଥ ଅଧିକାରୀ ମାନେ ଉପସ୍ଥିତ ଥିଲେ lଆଜିର ଅଭିଯୋଗ ଶୁଣାଣି ଶିବିର ରେ ୩୫ ଗୋଟି ବିଭିନ୍ନ ସଂକ୍ରାନ୍ତୀୟ ଅଭିଯୋଗ ଆସିଥିଲା । ସେଥୁରୁ ଚାରି ଗୋଟି ସମୂହ ସ୍ବାର୍ଥ ସମ୍ପର୍କରେ ଥିବାବେଳେ ୩୦ ଗୋଟି ଭିନ୍ନ ଭିନ୍ନ ବ୍ୟକ୍ତି ବିଶେଷଙ୍କ ଦ୍ବାରା ଆଗତ ହୋଇଥିଲା । ତନ୍ମଧ୍ୟରୁ ୧( ଏକଗୋଟି ) ଗୋଟି ଅଭିଯୋଗ ର ତୁରନ୍ତ ଫଇସଲା କରଯାଇଥିଲା । ଆଜିର ଶିବିର ପାଇଁ ବ୍ଲକ ପ୍ରଶାସନ ତରଫରୁ ସମସ୍ତ ଦରଖାସ୍ତକାରୀଙ୍କ ପାଇଁ ପାନୀୟ ଜଳ ସୁବିଧା କରାଯାଇଥିଲା ।ଏହି କାର୍ଯ୍ୟକ୍ରମ କୁ ସଫଳ କରିବାକୁ ବ୍ଲକ ର ସମସ୍ତ କର୍ମଚାରୀ ଅଧିକାରୀ ସହଯୋଗ କରିଥିଲେ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୧୦/୨୦୨୩---୮,୫୫ Sakhigopal News,9/10/2023

Blog Archive

Popular Posts