ସହରରେ ବିକ୍ରି ଚାଲିଛି ଏକ୍ସପାରୀ ତାରିଖର ଖାଦ୍ୟ ସାମଗ୍ରୀ ; ଗ୍ରାହକମାନେ ସାବଧାନ ଏକ୍ସପାରୀ ତାରିଖ ଦେଖି କିଣନ୍ତୁ
ଜଟଣୀ --ବ୍ୟବସାୟର କେନ୍ଦ୍ର ସ୍ଥଳୀ କୁହାଯାଉଥିବା ଜଟଣୀ ସହରର ମୁଖ୍ୟ ରାସ୍ତା ଖୁଦୁପୁର ଛକରୁ ସୀତାରାମ ଛକ, ନୀଳଚକ୍ର ମାର୍କେଟ, ରାଜାବଜାର, ହାଟବଜାର, କୁଦିଆରୀ ବଜାର ପ୍ରଭୁତି ସ୍ଥାନ ମାନଙ୍କରେ ବେଆଇନ ଭାବେ ଛୋଟ ତେଜରାତି ଦୋକାନ ଏବଂ ପାନ ଦୋକାନ ଠାରୁ ଆରମ୍ଭ କରି ବଡ ବଡ଼ ସୁପର ମାର୍କେଟ ଗଢି ଉଠିଛି l ଏପରିକି ରାସ୍ତା କଡରେ ଉଠା ପାନ ଦୋକାନ ଏବଂ ଚା ବିସ୍କୁଟ ଦୋକାନ କମ ନୁହେଁ l ତା ସାଙ୍ଗକୁ ନାମିଦାମି କମ୍ପାନୀର ସ୍ନାକ୍ସ, ମୁଙ୍ଗିନ୍ସ, ମି ଆମୋର ଭଳି ଦୋକାନ ଗଢି ଉଠିଛି l କିନ୍ତୁ ଦୁଃଖର ବିଷୟ ସମସ୍ତ ଦୋକାନୀ ରାଜ୍ୟସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଖାଦ୍ୟର ମାନ ନିୟମାବଳୀକୁ ଅନୁସରଣ କରୁନାହାନ୍ତି l ଜଟଣୀ ପୌରପରିଷଦ ଖାଦ୍ୟ ନିରୀକ୍ଷକ ଅଧିକାରୀ ତଥା ଜିଲ୍ଲାରେ ନିୟୋଜିତ ହୋଇଥିବା ଫୁଡ ସେଫଟି ଅଫିସର ମାନେ ନିଜର କର୍ତ୍ତବ୍ୟକୁ ସଠିକ ରୂପେ ପାଳନ କରୁ ନଥିବାରୁ ଦୋକାନୀ ମାନଙ୍କର ଚାଲିଛି ମନମୁଖୀ ରାଜ l ଅନେକ ତେଜରାତି ଦୋକାନ ଏବଂ ଛୋଟ ବଡ଼ ପାନ ଦୋକାନୀ ରଖିଥିବା ଛୋଟ ଶିଶୁଙ୍କ ପ୍ରିୟ ବିଭିନ୍ନ ପ୍ରକାର କମ୍ପାନୀର ଚିପ୍ସ, ଚକଲେଟ, ବିସ୍କୁଟ ,ଥଣ୍ଡା ମୃଦୁ ପାନୀୟ, ଥଣ୍ଡା ପାଣି, କ୍ଷୀର, ଦହି ପ୍ରଭୁତି ଏକ୍ସପାରୀ ତାରିଖର ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ନଜିର ଅଛି l ତେଣୁ ବିଶେଷ କରି ଗ୍ରାହକ ମାନେ ଦୋକାନରୁ ସାମଗ୍ରୀ କିଣିବା ବେଳେ ଜିନିଷର ପ୍ୟାକିଙ୍ଗ ତାରିଖ ଏବଂ ଏକ୍ସପାରୀ ତାରିଖ ଦେଖିକରି କିଣନ୍ତୁ l ଯଦି ଏଥିରେ କୌଣସି ବ୍ୟତିକ୍ରମ ଦେଖନ୍ତି ତେବେ ସଂଗେ ସଂଗେ ଦୋକାନୀକୁ ଅଭିଯୋଗ କରାନ୍ତୁ ଏବଂ ଉଚ୍ଚିତ ଜିନିଷ କିଣନ୍ତୁ l ବିଶେଷ କରି ସହରରେ ଗଢିଉଠିଥିବା ରୁଟି, କେକ, ବିସ୍କୁଟ ଫ୍ୟାକ୍ଟ୍ରି ମାନଙ୍କରେ ତିଆରି ବିଭିନ୍ନ ଖାଦ୍ୟ ପଦାର୍ଥର ପ୍ୟାକିଙ୍ଗ କିମ୍ବା ଏକ୍ସପାରୀ ତାରିଖ ନ ଥିବା ଦେଖିବାକୁ ମିଳେ l ଘରୋଇ ତିଆରି ବଡି, ପାମ୍ପଡ଼, ଆଚାର, ଚିପ୍ସ, ମୁଡୁକି ପ୍ରଭୁତି ଖାଦ୍ୟ ସାମଗ୍ରିରେ ସମ୍ପୂର୍ଣ୍ଣ ଭାବେ କେବେ ତିଆରି ହୋଇଛି, କେତେ ଯାଏଁ ତାର ବୈଧତା ଅଛି କିମ୍ବା (ଏଫ.ଏସ.ଏସ. ଏ.ଆଇ) ର କୌଣସି ଚି଼ହ୍ନ ବର୍ଣ୍ଣ ମିଳୁନାହିଁ l ଏହା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବ ତାହାକୁ ଏଡାଇ ଦିଆଯାଇ ନପାରେ ବୋଲି ସାଧାରଣରେ ପ୍ରକାଶ ପାଉଛି l ବୁଦ୍ଧିଜୀବୀଙ୍କ ମତରେ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ଜିଲ୍ଲା ଫୁଡ ସେପ୍ଟି ଅଧିକାରୀଙ୍କ ସହଯୋଗରେ ସମସ୍ତ ଖାଦ୍ୟ ସାମଗ୍ରୀ ବିକ୍ରି ଦୋକାନ ମାନଙ୍କରେ ଚଢ଼ାଉ କରି ଖାଦ୍ୟ ସାମଗ୍ରୀର ମାନ ପରୀକ୍ଷା କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ଜଣାଇଛନ୍ତି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୧୦/୨୦୨୩---୭,୨୦ Sakhigopal News,17/10/2023