ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେଲେ ମା" ଜାଗୁଲାଇ
Siddhidatri appeared in the guise of a mother.
ଜଟଣୀ ---- ସ୍ଥାନୀୟ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଗ୍ରାମଦେବୀ ମା" ଜାଗୁଳାଇଙ୍କ ଶକ୍ତିପୀଠରେ ବାସନ୍ତିକ୍ ଦୂର୍ଗାପୂଜା ଓ ନବରାତ୍ର ମହୋତ୍ସବ ଅନୁଷ୍ଠିତ ହେଉଛି ।ଆଜି ରବିବାର ନବମ ତିଥିରେ ବିଧି ଅନୁଯାୟୀ ସକାଳେ ସୂର୍ଯ୍ୟ ପୂଜା ଓ ଅଗ୍ନି ଆବାହନ କରାଯାଇ ସନ୍ଧ୍ୟାରେ ମହାସ୍ନାନ ପରେ ମା"ଙ୍କୁ ସିଦ୍ଧିଦାତ୍ରୀ ବେଶରେ ସଜ୍ଜିତ କରାଯାଇଥିଲା। ଏହି ଦୁର୍ଲଭବେଶ ଦର୍ଶନ ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ଆଜି ନ ଜଣ କୁମାରିକନ୍ୟାଙ୍କୁ ମା"ଙ୍କ ନ ଗୋଟି ସୁରୁପରେ ସଜ୍ଜାଯାଇ ଯଜ୍ଞମଣ୍ଡପ ଉପରେ ସମସ୍ତ ମାନସିକ ବ୍ରତଧାରି ଶ୍ରଦ୍ଧାଳୁ ମାନେ ପୂଜାର୍ଚ୍ଚନା ସହିତ ବିଭିନ୍ନ ଉପହାର ମାନ ଦେଇଥିଲେ। ଆଜିର ସମସ୍ତ ନିତିକାନ୍ତି ଖର୍ଚ୍ଚ ରାମଚନ୍ଦ୍ର ସାହୁ ଓ ସବିତା ସାହୁ ବହନ କରିଥିଲେ ବୋଲି ପରିଚାଳନା କମିଟିର ସଂପାଦକ ଶ୍ରୀ ଏଲ ଡି ମହାନ୍ତି ଜଣାଇଥିଲେ। ହିସାବ ସମୀକ୍ଷକ ବିଜୟ ରାଜା ମନ୍ଦିର ପରିଦର୍ଶନରେ ଆସି କାର୍ଯ୍ୟକ୍ରମ ତଦାରଖ ପରେ ସନ୍ତୋଷ ପ୍ରକାଶ କରିଥିଲେ। କର୍ତ୍ତା କର୍ତ୍ତି ଭାବେ ଅଭିରାମ କର ଓ ତାଙ୍କ ପତ୍ନୀ ସ୍ୱର୍ଣଲତା କର ରହିଥିଲେ । ମାଙ୍କ ପ୍ରତିଦିନର ବେଶ ଚିତ୍ରକର ସେବକ ବିଜୟ କୁମାର ପଣ୍ଡା କରିଥିଲେ। ଆସନ୍ତାକାଲି ବିଜୟାଦଶମୀ ସନ୍ଧ୍ୟାରେ ପୂର୍ଣ୍ଣାହୁତି ଦିଆଯିବା ସହିତ ପ୍ରସାଦସେବନ କରାଯିବ ବୋଲି ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା ସୂଚନା ଦେଇଥିଲେ। ସଭାପତି ରାଧା ମୋହନ ପଟ୍ଟନାୟକ୍, କାର୍ଯ୍ୟକାରି ସଭାପତି ଚନ୍ଦ୍ର ଶେଖର ପଣ୍ଡା, କୋଷାଧ୍ୟକ୍ଷ ଅଶୋକ ଦାସ, ପବିତ୍ରମୋହନ ରଣସିଂହ, ପୂର୍ଣ୍ଣଚନ୍ଦ୍ର ସାହାଣୀ, ସତିଶ ପରିଡ଼ା, ସୁନିଲ କୁମାର ମହାନ୍ତି, ଜିଶୁ ସାହାଣୀ, ଶଶାଙ୍କ ଶେଖର ରାୟ, ଶଶିକାନ୍ତ ମହାପାତ୍ର, ଅନନ୍ତ ବେହେରା ପ୍ରମୁଖ କାର୍ଯ୍ୟ ପରିଚାଳନା କରିଥିଲେ। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୦/୪/୨୦୨୨----୯,୨୦ Sakhigopal News,10/4/2022