ସ୍କୁଟି ବାଇକ୍ ମୁହାଁମୁହିଁ ଧକ୍କା , ଜଣେ ଗୁରୁତର, ଜଣେ ମୃତ
The scooter collided head-on with a bike, seriously injuring one person.
ଭଞ୍ଜନଗର-- ଭଞ୍ଜନଗର ଥାନା ଅନ୍ତର୍ଗତ ଜାମପଲ୍ଲୀ - ନୂଆ ଗାଁ ରାସ୍ତା ରେ ସ୍କୁଟି ସହ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଉଭୟ ଚାଳକ ଆହତ ହୋଇଥିଲେ । ସେମାନଙ୍କୁ ଉଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା । ସେଠାରେ ଜଣକ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଓ ପରେ କଟକ ମେଡିକାଲ କୁ ସ୍ଥାନାନ୍ତର କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖବର ନେବାରେ ଜଣାପଡିଛି ଯେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ବାଣତୁମ୍ବୁ ଗ୍ରାମର ଗାନ୍ଧି ଡାକୁଆ ସ୍କୁଟି ଯୋଗେ କୁଲାଡ ରୁ ବାଣତୁମ୍ବୁ କୁ ଫେରୁଥିଲେ । ନୂଆଗାଁ - ଜାମପଲ୍ଲୀ ଗାଁ ନିକଟରେ ବେଙ୍ଗସର ଗ୍ରାମର ବୁଲୁ ପ୍ରଧାନ ଙ୍କ ବାଇକ୍ ସହ ଧକ୍କା ହୋଇଥିଲା । ଉଭୟଙ୍କୁ ଆହତ ଅବସ୍ଥାରେ ଭଂଜନଗର ମେଡିକାଲ ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆହତ ଗାନ୍ଧି ଡାକୁଆ ଙ୍କ ଅବସ୍ଥା ଗୁରୁତର ହେବାରୁ , ତାଙ୍କୁ ବ୍ରହ୍ମପୁର ଓ ପରେ କଟକ ମେଡିକାଲ କୁ ସ୍ଥାନାନ୍ତର କରାଯାଉଥିଲା । ତେବେ ସେଠାରୁ ମେଡିକାଲ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଦୁର୍ଘଟଣା ଗ୍ରସ୍ତ ଉଭୟ ମୋଟର ସାଇକେଲ କୁ ଭଞ୍ଜନଗର ଥାନା ପୋଲିସ ଜବତ କରିଛି । ତେବେ ଏ ସଂକ୍ରାନ୍ତରେ ଥାନା ରେ କୈାଣସି ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ଧୀରେଶ କୁମାର ଦାଶ କହିଛନ୍ତି।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୪/୨୦୨୨----୮,୧୫ Sakhigopal News,10/4/2022