Breaking News

ଦୁର୍ଘଟଣାରେ ମ୍ରୁତ୍ୟୁ ବରଣ କରିଥିବା ରାଜକିଶୋରଙ୍କୁ ଶ୍ରଦ୍ଧାଞ୍ଜଳି

Tribute to Rajkishore, who died in the accident.
ଓଡ଼ଗାଁ:- ଦୁଇ ଦିନ ତଳେ ଓଡ଼ଗାଁ ଦଲକ ରୋଡରେ ଟ୍ରକ୍ ଚାପାରେ ମ୍ରୁତ୍ୟୁ ବରଣ କରିଥିବା ରାଜକିଶୋର ସାହୁଙ୍କୁ ସେ ପଢୁଥିବା ସ୍ଥାନୀୟ ପିମିଟ୍ କଲେଜ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଶୋକ ସଭାରେ ପିମିଟ୍ କଲେଜର ଅଧ୍ଯକ୍ଷ ସୁନିଲ୍ କୁମାର ମହାପାତ୍ର, ଓ ପିମିଟ୍ ରେସିଡେଣ୍ଟ ହାଇସ୍କୁଲର ଅଧ୍ଯକ୍ଷ ସୁରେଶ ପ୍ରଧାନଙ୍କ ତତ୍ବାବଧାନରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଅନ୍ୟ କର୍ମଚାରୀ ଓ କଲେଜ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। 
                        ସୂଚନାଥାଉ କି, ଦୁଇ ଦିନ ତଳେ ଓଡ଼ଗାଁ ଦଲକ ରୋଡ ନିକଟରେ ରାଜକିଶୋର ଓ ନିଜ ବନ୍ଧୁ ଦିପୁନ ପ୍ରଧାନ ବାଇକ ଯୋଗେ ଆସୁଥିବା ସମୟରେ ଏକ ଟ୍ରକ ବାଇକର ପଛପାଖରୁ ଧକ୍କା ଦେଇଥିଲା । ଫଳରେ ବାଇକ ରୁ ଦୁଇବନ୍ଧୁ ରାସ୍ତା ଉପରକୁ ଛିଟିକି ପଡିଥିଲେ । ଏବଂ ଦ୍ରୁତଗାମୀ ଟ୍ରକ୍ ରାସ୍ତାକୁ ଛିଟିକି ପଡିଥିବା ରାଜକିଶୋର ଙ୍କ ପେଟ ଉପରେ ଚଢି ଯାଇଥିଲା। ଓ ଅନ୍ୟ ଜଣେ ଗୁରୁତର ହୋଇଥିଲେ। 
          ପରବର୍ତ୍ତୀ ସମୟରେ ରାଜକିଶୋର ଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ଙ୍କୁ ନିଆଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମ୍ରୁତ ଘୋଷଣା କରିଥିଲେ। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୧୧/୪/୨୨,୩,୧୫ Sakhigopal News,11/4/2022

Blog Archive

Popular Posts