ଦୁର୍ଘଟଣାରେ ବାଇକ ଆରୋହିର ମୃତ
The bike rider was killed in the crash.
ଭଞ୍ଜନଗର- ଗାଙ୍ଗପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗାଁ ନିକଟରେ ବାଇକ୍ ଦୁର୍ଘଟଣା ଘଟି ଚାଳକର ମୃତ୍ୟୁ ହୋଇଯାଇଛି। ଯାତ୍ରୀବାହୀ ବସକୁ ସାଇଡ଼ ଦେବାକୁ ଯାଇ ରାସ୍ତା ପାର୍ଶ୍ୱରେ ଗଛିତ ରହିଥିବା ଇଟା ଗଦାରେ ପିଟି ହୋଇ ଏଭଳି ଦୁର୍ଘଟଣା ହୋଇଛି । ମୃତକ ନିକଟସ୍ଥ ନିମିନା ଗ୍ରାମର ରାମଚନ୍ଦ୍ର ଚର୍ଚ୍ଚିଙ୍କ ପୁଅ ରାଜେନ୍ଦ୍ର ଚର୍ଚ୍ଚି(୨୧) । ଜଣେ ସାଙ୍ଗ ସହ ବାଇକ ଯୋଗେ ନିଜ ଗ୍ରାମରୁ ଗାଙ୍ଗପୁର ଯାଉଥିବା ବେଳେ ସିଙ୍ଗିପୁର ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ଗୁରୁତର ଆହତ ଅବସ୍ଥାରେ ରାଜେନ୍ଦ୍ର ଏବଂ ତାଙ୍କ ସହ ବାଇକରେ ଯାଉଥିବା ନିମିନା ଗ୍ରାମର ଶଙ୍କର ଦଳାଇଙ୍କୁ ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ରାଜେନ୍ଦ୍ରଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ଶଙ୍କରଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି । ଏ ନେଇ ଗାଙ୍ଗପୁର ଥାନା ପୋଲିସ , ଦୁର୍ଘଟଣାଗ୍ରସ୍ତ ବାଇକ୍ ଓ ମୃତ ଦେହକୁ ଜବତ କରି, ଥାନା କେଶ୍ ନମ୍ବର ୧୨୯/୨୨ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୪/୨୦୨୨---୮,୪୦ Sakhigopal News,2/4/2022