ସରପଞ୍ଚ ହେବତ ଏମିତି
This is how the sarpanch becomes
ଡେଲାଙ୍ଗ -----ଡେଲାଙ୍ଗରେ ଏବେ ଆଲେଚନା ଚାଲିଛି ସରପଞ୍ଚ ହେବତ ଏମିତି । ସରପଞ୍ଚ ନିର୍ବାଚନ ସମୟରେ କଥା ଦେଇଥିବା କାମ ଆରମ୍ଭ କରିଛନ୍ତି । ଡେଲାଙ୍ଗ କୋଠବାଡ ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଦୀପକ ସାହୁ ଲୋକମାନଙ୍କୁ କହିଥିଲେ ମୁଁ ଯଦି ସରପଞ୍ଚ ହେବି ତା ହେଲେ ତମ ଘରେ ରାଜ୍ୟ ସରକାର ଦେଉଥିବା ଭର୍ତ୍ତା ଟଙ୍କା ଅଧିକାରୀ ମାନେ ଆଣି ଘରେ ଦେବେ । ତାହାର ସୁବନ୍ଦେବସ୍ଥ କରିବି । ସରପଞ୍ଚରେ ଜିତିବା ପରେ ଶ୍ରୀ ସାହୁ ଏବେ ବଡ ଆଙ୍କୁଲା ଗ୍ରାମରେ ଘରକୁ ଘର ବୁଲି ଭର୍ତ୍ତା ଟଙ୍କା ଦେଉଛନ୍ତି । ତାଙ୍କ ସହିତ ବ୍ଳକର କର୍ମଚାରୀ ଓ ୱାଡ ସଭ୍ୟା ରହିଛନ୍ତି । ସରପଞ୍ଚ ନିଜେ ଦେଇଥିବା କଥା ରଖିଛନ୍ତି ବୋଲି ଭର୍ତ୍ତା ପାଉଥିବା କେତକ ବରିଷ୍ଠ ନାଗରିକ, ଦିବ୍ୟଙ୍ଗ ମାନେ ବହୁ ଖୁସି ହୋଇଛନ୍ତି । ଭର୍ତ୍ତା ଟଙ୍କା ପାଇଁ ବ୍ୟାଙ୍କକୁ ଯାଇ ପଇସା ଖର୍ଚ୍ଚ କରି ଅସୁବିଧାରେ ପଡୁଥିଲେ । ଏଣୁ ଗ୍ରାମରେ ଏବେ ଆଲେଚନା ଚାଲିଛି ସରପଞ୍ଚ ହେବତ ଏମିତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୧/୪/୨୦୨୨---୫,୪୦
Sakhigopal News, 11/4/2022