Breaking News

ଯାତ୍ରୀବାହୀ ଅଟୋ ଓଲଟି ୫ ଆହତ , ଜଣେ ଗୁରୁତର

 Five people were injured when the car overturned
ଭଞ୍ଜନଗର--- ତାରାସିଂ ଥାନା ଅନ୍ତର୍ଗତ ଚୁଡାଖାଇ ଗାଁ ନିକଟ ରେ ଯାତ୍ରୀବାହୀ ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହତ । ଆହତଙ୍କୁ ସ୍ଥାନୀୟ ଲୋକେ ଉଧାର କରି ଭଂଜନଗର ମେଡିକାଲ ରେ ଭର୍ତ୍ତି କରିଥିବା ବେଳେ , ଜଣକ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । ଖବର ନେବାରେ ଜଣାପଡିଛି  ଚୁଡାଖାଇ ଗାଁ ର , ୪ ଜଣ ଏକ ଯାତ୍ରୀବାହୀ ଅଟୋ ଯୋଗେ  ଗଣ୍ଡାଧର ଗାଁ ଅଭିମୁଖେ ଯାଉଥିଲେ । ତେବେ ଚୁଡାଖାଇ ଗାଁ ନିକଟରେ  ଅଟୋ ଆଗକୁ ଏକ ମାଙ୍କଡ ପସିଯିବାରୁ  ମାଙ୍କଡକୁ ବଞ୍ଚାଇବାକୁ ଯାଇ ଅଟୋଟି ଓଲଟି ପଡିଥିଲା । ସେଥିରେ ବସିଥିବା ଚୁଡାଖାଇ ଗାଁ ର ପ୍ରଶନ୍ନ ମଳିକ , କାହ୍ନୁ ମଳିକ , ମହନ୍ତ ମଳିକ , ବସନ୍ତ ମଳିକ  ଓ ଅଟୋ ଡ୍ରାଇଭର ବିଦେଶୀ ମଳିକ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ବସନ୍ତ ମଳିକ ର ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୭/୧/୨୦୨୨------୯,୧୦
 Sakhigopal News,7/1/2022

Blog Archive

Popular Posts