Breaking News

ବାଇକ୍ ଧକ୍କାରେ ବନପାଳ ଆହତ , ଭଂଜନଗର ମେଡିକାଲ ରେ ଭର୍ତ୍ତି

 Forest ranger injured in bike crash, admitted to Bhanjanagar Medical College and Hospital.
ଭଞ୍ଜନଗର--_ ବନବିଭାଗ ର ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବାପାଇଁ ସ୍କୁଟି ଯୋଗେ ଆସୁଥିବା ବେଳେ , ଅନ୍ୟ ଏକ ବାଇକ୍ ଧକ୍କାରେ ଆହତ ହେଲେ ବନପାଳ । ଆହତ ବନପାଳ ହେଲେ ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ଦୁର୍ଗାପ୍ରସାଦ ଫରେଷ୍ଟ ସେକ୍ସନ ର ବନପାଳ ରାମେଶ୍ବରୀ ସାହୁ । ଭଂଜନଗର ଥାନା ଅନ୍ତର୍ଗତ ମୁଜାଗଡ ନିକଟରେ ଘଟିଛି ଏଭଳି ଘଟଣା । ଆହତ ବନପାଳ ଙ୍କୁ ଚିକିତ୍ସା ପାଇଁ ଭଂଜନଗର ମେଡିକାଲ ରେ ଭର୍ତ୍ତି କରାଯାଇଛି ।  ଶୁକ୍ରବାର ଅପରାହ୍ନରେ ବନପାଳ ରାମେଶ୍ଵରୀ , ଦୁର୍ଗାପ୍ରସାଦ ସରକାରୀ ବାସଭବନ ରୁ ବାହାରି  ନିଜ ସ୍କୁଟି ଯୋଗେ ଭଞ୍ଜନଗର ଯାଉଥିଲେ । ସେଠାରେ  ବନ ବିଭାଗର ଏକ କାର୍ଯ୍ୟକ୍ରମ ରେ ସେ ଯୋଗଦେବାର ଥିଲା । ତେବେ ମୁଜାଗଡ ଗାଁ ନିକଟ ରେ ପଛପଟୁ ଏକ ବାଇକ୍ ଦ୍ରୃତଗତିରେ ଆସି  ବନପାଳଙ୍କ ଗାଡିକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ବନପାଳ ରାମେଶ୍ବରୀ ଗୁରୁତର ଆହତ ହୋଇଥିବା ବେଳେ ବାଇକ୍ ଚାଳକ ଜଣକ ନିଜ ବାଇକ୍ ଛାଡି ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକେ  ଆହତ ବନପାଳଙ୍କୁ ଉଧାର କରି ପ୍ରଥମେ ମୁଜାଗଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସାପରେ ଅବସ୍ଥା ଗୁରୁତର ହେବାରୁ ଭଞ୍ଜନଗର ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।  ଦୁର୍ଘଟଣା ଘଟାଇଥିବା ବାଇକ୍ ଟିକୁ  ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୧/୨୦୨୨--- ୯,୪୦ Sakhigopal News,7/1/2022

Blog Archive

Popular Posts