Breaking News

ବିଜୁ ପକ୍କାଘର ପାଇଥିବା ହିତାଧିକାରୀଙ୍କ ବ୍ୟାଙ୍କ ଆକଉଣ୍ଟକୁ ଗଲା ୩ହଜାର ଟଙ୍କା

Rs 3,000 went to the bank account of the beneficiaries who got the Biju kitchen

 ସାକ୍ଷୀଗୋପାଳ----ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଭିଡିଓ କନଫରେନ୍ସ ମାଧ୍ୟମରେ ସଂଧ୍ୟା ୫ଟାରେ ବିଜୁ ପକ୍କା ଘର ପାଇଥିବା ସମସ୍ତ ହିତାଧିକାରୀ ମାନଙ୍କ ବ୍ୟାଙ୍କ ଆକଉଣ୍ଟକୁ ୩ହଜାର ଟଙ୍କା ଯିବାର ପ୍ରକିୟାକୁ ଉଦଘାଟନ କରିଛନ୍ତି  ।  ସତ୍ୟବାଦୀ ବ୍ଳକର ୨୪ ଗୋଟି ଗ୍ରାମ ପଞ୍ଚାୟତର ୯୧୧୬ଜଣ ହିତାଧିକାରୀ ମାନଙ୍କ ବ୍ୟାଙ୍କ ଆକଉଣ୍ଟକୁ ୩ ହଜାର ଟଙ୍କା ପାଇବେ ବୋଲି ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି । ସତ୍ୟବାଦୀ ପଞ୍ଚାୟତ ସମିତିସଭା ଗୃହ ପରିସରରେ ଅନୁଷ୍ଠିତ ଭିଡିଓ କନଫରେନ୍ସି  ଉଦଘାଟନ ଉତ୍ସବରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡିଓ କ୍ଷୀରୋଦ କୁମାର ବେହେରା, ସହକାରୀ ଯନ୍ତ୍ରୀ ବିଶ୍ୱମୋହନ ପଟ୍ଟନାୟକଙ୍କ ସହିତ କନିଷ୍ଠଯନ୍ତ୍ରୀ ଓ ବ୍ଳକର କର୍ମଚାରୀଙ୍କ ସହିତ ଜୟପୁର, ଦୁଗଲ ଗ୍ରାମ ପଞ୍ଚାୟତର ହିତାଧିକାରୀ ମାନେ ଉପସ୍ଥିତ ରହିଥିଲେ ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୧/୨୦୨୨----୯,୦୫   Sakhigopal News, 7/1/2022

Blog Archive

Popular Posts