ପ୍ରଥମ ଦିନରେ ପ୍ରଥମ ଭାବେ ସମିତିସଭ୍ୟ ସୁନିଲ ଓ ସରପଞ୍ଚ ଚିନ୍ମୟ ପ୍ରାର୍ଥୀ ପତ୍ର ଦାଖଲ କଲେ
On the first day, Samiti members Sunil and Sarpanch Chinmoy filed their nomination papers.
ସାକ୍ଷୀଗୋପାଳ----- ପଞ୍ଚାୟତ ନିର୍ବାଚନର ପ୍ରଥମ ଦିନରେ ସମିତିସଭ୍ୟ ପାଇଁ କାଦୁଆ ଗ୍ରାମ ପଞ୍ଚାୟତର ୧ନଂ ୱାର୍ଡର ସୁନିଲ କୁମାର ପଣ୍ଡା ପ୍ରଥମେ କୁଳ ଦେବତାଙ୍କୁ ମୁଣ୍ଡିଆ ମାରିବା ସହ ଗ୍ରାମ ଦେବତାଓ ଦେବତୀଙ୍କୁ ପୂଜାପାଠ କରି ଆଜ୍ଞାମାଳ ଧରି ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ବାହାରିଥିଲେ । ସରକାରଙ୍କ କୋଭିଡ ଗାଇଡି ଲାଇନି ଅନୁଯାୟୀ ୧୧ଗୋଟି ଧ୍ୱାର୍ଡ ପରିକ୍ରମା କରି ଶେଷରେ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ସମର୍ଥକ ଓ ପ୍ରସ୍ତାବକଙ୍କୁ ସାଙ୍ଗରେ ଧରି ବ୍ଳକ ପଞ୍ଚାୟତ ନିର୍ବାଚନ ଅଧିକାରୀ ତଥା ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ନିକଟରେ ୪ଗୋଟି ପ୍ରାର୍ଥୀପତ୍ର ସେଟ ଦାଖଲ କରିଥିଲେ । ସେହିପରି ପେଣ୍ଟପଡା ଗ୍ରାମ ପଞ୍ଚାୟତର ୧୧ନଂ ୱାର୍ଡର ଚିନ୍ମୟ ରାଉତ ପ୍ରଭୁ ସାକ୍ଷୀଗୋପିନାଥ ଓ ଗ୍ରାମ ଦେବତୀଙ୍କୁ ପୂଜାପାଠ କରି ସମର୍ଥକ ଓପ୍ରସ୍ତାବକଙ୍କୁ ସାଙ୍ଗରେ ଧରି ପେଣ୍ଠପଡା ଗ୍ରାମ ପଞ୍ଚାୟତରେ ପହଞ୍ଚିଥିଲେ । ସେଠାରେ ରାୟଖଣ୍ଡୀ ରାଜସ୍ୱ ନୀରିକ୍ଷକ ସରସ୍ୱତୀ ପାତ୍ରଙ୍କ ନିକଟରେ ଦୁଇ ସେଟ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେହିପରି ପେଣ୍ଟପଡା ଗ୍ରାମ ପଞ୍ଚାୟତରେ ୪,୫, ୮,୯ ଓ୧୧ ନଂ ୱାର୍ଡ ପ୍ରାର୍ଥୀ ମାନେ ପ୍ରଥମ ଦିନରେ ପ୍ରାର୍ଥୀ ପତ୍ର ଦାଖଲ କରିଥିବାର ଜଣାପଡିଛି ।