ଜଟଣୀ ପଞ୍ଚାୟତ ନିର୍ବାଚନରେ ୨୪ଜଣ ପ୍ରାର୍ଥୀପତ୍ର ଦାଖଲ କଲେ
In the Jatani panchayat elections, 24 candidates filed their nominations.
ଜଟଣୀ,---- ପଞ୍ଚାୟତ ନିର୍ବାଚନଲାଗି ଆଜିଠାରୁ ଆଶାୟୀମାନେ ସେମାନଙ୍କର ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୨୧ଜଣ ୱାର୍ଡ ମେମ୍ବର, ଜଣେ ସରପଞ୍ଚ ପ୍ରାର୍ଥୀ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୨ଜଣ ସମିତିସଭ୍ୟ ପାଇଁ ବ୍ଲକ କାର୍ଯ୍ୟାଳୟ ପରିସରରେ ନାମାଙ୍କନ ପତ୍ରଦାଖଲ କରିଛନ୍ତି । ଏହି କ୍ରମରେ ଜଟଣୀବ୍ଲକ ଛଣଘର ପଞ୍ଚୟତରୁ ୫ଜଣ ୱାର୍ଡସଭ୍ୟ,ହରିପୁର ପଞ୍ଚୟତରୁ ଜଣେ,କନ୍ତିଆରୁ ୩ଜଣ, ମଦନପୁରରୁ ଜଣେ, ପଦନପୁରରୁ ୪ଜଣ, ପଞ୍ଚୁପଲୀରୁ ୩ଜଣ, ପ୍ରଧାନସାହୀରୁ ଜଣେ ଓ ତିରିମଲରୁ ୩ଜଣ ପ୍ରଭୃତି ମୋଟ ୨୧ଜଣ ୱାର୍ଡସଭ୍ୟ ସେମାନଙ୍କର ନାମାଙ୍କନପ୍ରତି ଦାଖଲ କରିଛନ୍ତି । ସେହିପରି ତିରିମଲ ପଞ୍ଚାୟତରୁ ଜଣେ ସରପଞ୍ଚ ପ୍ରାର୍ଥୀଲାଗି ନାମାଙ୍କନ କରିଥିବା ବେଳେ ସମିତିସଭ୍ୟଲାଗି ଛତାବର ଓ ଗଙ୍ଗପଡାରୁ ନାମାଙ୍କନ ଦାଖଲ କରିଥିବା ବିଡିଓ ସରୋଜ କୁମାର ରାଉତ ସୁଚନା ଦେଇଛନ୍ତି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୧୭/୧/୨୦୨୨---୭,୧୦
Sakhigopal News, 17/1/2022