Breaking News

ଜାତୀୟସ୍ତରୀୟ ତାଇକାଣ୍ଡୋ ପ୍ରତିଯୋଗିତାରେ ବଡ଼ମାଲର ୧୧ ଖେଳାଳି ସାମିଲ

Eleven players from Badmal competed in the national taekwondo tournament

  ବଲାଙ୍ଗୀର----ମଧ୍ୟପ୍ରଦେଶର ଅନୁପପୁର ଜିଲ୍ଲାର କାତମା ନଗର ସ୍ଥିତ କୁସାଭାଉ ଠାକରେ ମଙ୍ଗଳ ଭବନ ଠାରେ ଇଣ୍ଡିଆନ ତାଇକାଣ୍ଡୋ ୟୁନିୟନ ପକ୍ଷରୁ ଅନୁଷ୍ଠିତ ଚତୁର୍ଥ ନ୍ୟାସନାଲ  ତାଇକାଣ୍ଡୋ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରୁ ୪୦ ଜଣ ପ୍ରତିଭାଷାଳି  ତାଇକାଣ୍ଡୋ ଖେଳାଳି ସାମିଲ ହୋଇଥିବା ବେଳେ ବଲାଙ୍ଗୀର ଜିଲ୍ଲା ସଇଁତଲା ବଡ଼ମାଲର ୧୧ ଜଣ ଖେଳାଳି ସାମିଲ ହୋଇଛନ୍ତି। ଓଡିଶା ତାଇକାଣ୍ଡୋ ୟୁନିୟନର ସଭାପତି ମୁକେଶ କୁମାର ସାହୁ ଓ ଓଡିଶା ତାଇକାଣ୍ଡୋ ୟୁନିୟନ ସହ ସଚିବ ଆନନ୍ଦ କୁମାର ସୁନାଙ୍କ ନେତୃତ୍ୱରେ ଏହି ୪୦ ଜଣିଆ ଟିମ ମଧ୍ୟପ୍ରଦେଶକୁ ଯାଇଥିଲେ ।  ବଲାଙ୍ଗୀର ଜିଲା ସଇଁତଲା ବଡ଼ମାଲର ଖେଳାଳି ମାନେ ହେଲେ ମାମୁନି ଚୌହାନ, ଆଦିତ୍ୟ କୁମାର ବେହେରା,ସୋହାନି ଘନୁ, ବର୍ଷା ମହାନନ୍ଦ, ଶ୍ରୀୟାରାଣୀ ମହାନନ୍ଦ,ସଂତୋଷିନି ଭୋଇ, ଗୁନଗୁନ ବେହେରା, ସମୃଦ୍ଧି ପାତ୍ର, ଶ୍ରୀୟା ସାହୁ, ସ୍ୱୟଂ ଖମାରି ଓ ଅଂଶୁମା ଗହୀର ଏହି ପ୍ରତିଯୋଗିତାରେ କୋଚ୍ ଭାବେ ଦେବାନନ୍ଦ ଚୌହାନ ଓ ଅଭିଭାବକ ଭାବେ ଦେବକୀ ଚୌହାନ, ସଙ୍ଗୀତା ପଟେଲ, ମୋନେରଞ୍ଜନ ପଟେଲ ଓ ଅନୀଲ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
 ବଲାଙ୍ଗୀର ରୁ ରଞ୍ଜନ କୁମାର ବାଗଙ୍କ ରିପୋର୍ଟ,୨/୧/୨୦୨୧---୫,୩୦   
 Sakhigopal News,2/1/2022

Blog Archive

Popular Posts