Breaking News

ବଉଳ ଅମାବାସ୍ୟାରେ ଆମ୍ବ ବଉଳ ଲାଗି ହେଲେ ସାକ୍ଷୀଗୋପିନାଥ

Sakshigopinath became the mango boulevard during the lunar eclipse.


ସାକ୍ଷୀଗୋପାଳ-----  ବକୁଳ ଅମାବାସ୍ୟା ବା ବଉଳ ଅମାବାସ୍ୟାରେ ସାକ୍ଷୀଗୋପିନାଥଙ୍କ ନିକଟରେ ଆମ୍ବବଉଳ ଲାଗି କରାଯାଇଥିଲା । ଦ୍ୱିପହର ଧୂପରେ  ଆମ୍ବ ବଉଳ ଖଣ୍ଡ ସହିତ ଗହମ ଗୁଣ୍ଡରେ ପ୍ରସ୍ତୁତ କରାଯାଇଥିବା ପିଠା ଠାକୁରଙ୍କୁ ଭୋଗ କରାଯିବା ପରେ ଉପଚାର ଓ ଆଳତୀ କରାଯାଇଥିଲା । ସେହିପରି ଗ୍ରାମ ମାନଙ୍କରେ ଥିବା ମଠ, ମନ୍ଦିର ଓ ଭାଗବତ ଟୁଙ୍ଗୀ ମାନଙ୍କରେ ବଉଳ ଅମାବାସ୍ୟା ପର୍ବ ପାଳିତ ହୋଇଯାଇଛି । ଘର ମାନଙ୍କରେ ମଧ୍ୟ ଚାଉଳ ଚୁନା ନଚେତ ସୁଜିରେ  ଆମ୍ବ ବଉଳ ସହିତ ନଡିଆ ପୁରରେ ପ୍ରସ୍ତୁତ ପିଠା ଘର ଠାକୁର ଓ ଇସାଣରେ ଭୋଗ କରାଯାଇଥିଲା । ଲଗାଇଥିବାର ଦେଖାଯାଇଥିଲା । ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କୁଳଦେବତା ତଥା ସୁଆଣ୍ଡୋ ଗ୍ରାମରେ ପୂଜିତ ରାଧା ବିନୋଦବିହାରୀଙ୍କୁ ଆଜି ବଉଳ ଅମାବାସ୍ୟା ତିଥିରେ ସଂଧ୍ୟାରେ ସ୍ୱତନ୍ତ୍ର ଭାବେ ଆମ୍ବ ବଉଳ ସହିତ ପୋଡପିଠା ଲାଗି କରାଯାଇଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୧/୨୦୨୨---୬.୦୫


Blog Archive

Popular Posts