ପ୍ରକଳ୍ପ ପାଇଁ ଢ଼ିଙ୍କିଆ ଗାଁ ଲୋକେ ଦେଲେ ପାନବରଜ
The villagers of Dhinkia gave Panbaraj for the project
କୁଜଙ୍ଗ__-ଆଜି ଇଂରାଜୀ ନବବର୍ଷ ଆରମ୍ଭ ହୋଇଥିଲା ବେଳେ ଜେ ଏସ ଡ ବ୍ଲୁ ପ୍ରକଳ୍ପ ପାଇଁ ନୁଆ ବର୍ଷ ରେ ନୁଆ ସମ୍ଭାବନା ସୃଷ୍ଟି କରିଛି। ଆଜି ଢ଼ିଙ୍କିଆ ପଞ୍ଚାୟତର ଢ଼ିଙ୍କିଆ ଗାଁର ତିନି ଜଣ ହିତାଧିକାରୀ ପ୍ରକଳ୍ପ ପାଇଁ ପାନବରଜ ଦେଇଛନ୍ତି। ସେମାନେ ହେଲେ ପ୍ରେମାନନ୍ଦ ଦାସ, ଅରକ୍ଷିତ ମଲ୍ଲିକ,ଓ ଧୀରେନ୍ଦ୍ର ସ୍ବାଇଁ। ଏହି ମାନେ ଆଜି ନିଜ ଇଛାରେ ସ୍ଥାନୀୟ ତହସିଲ ପ୍ରଶାସନ ଓ କମ୍ପାନୀର ଅଧିକାରୀ ମାନଙ୍କ ଉପସ୍ଥିତିରେ ପାନବରଜ ମାପଚୁପ କରିଛନ୍ତି। ଏଥି ସହିତ ମାହାଳ ଗାଁରେ ମଧ୍ୟ ରବିନ୍ଦ୍ର ରାଉତ ଓ ସତ୍ୟାନନ୍ଦ ଜେନା ସେମାନଙ୍କ ପାନବରଜ ଦେଇଛନ୍ତି। ସେହିପରି ପାଟଣା ଗାଁରେ ମଧ୍ୟ ଆଜି ୧୮ ଟି ପାନବରଜ ମାପଚୁପ କରାଯାଇଛି। ଆଜି ସମୁଦାୟ ଏହି ତିନି ଗାଁ ରୁ ୨୩ ଟି ପାନବରଜର ମାପଚୁପ କରାଯାଇଛି। ଆଜି ସୁଦ୍ଧା ସମୁଦାୟ ୧୨୧ ଟି ପାନବରଜ ମାପଚୁପ କରାଯାଇ ସାରିଲାଣି। ଆଜି ଏରସମା ତହସିଲଦାରଙ୍କ ନେତୃତ୍ୱରେ ତିନୋଟି ଟିମ୍ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ।
ସୁଚନା ଯୋଗ୍ୟ ଯେ ଦୀର୍ଘ ବର୍ଷ ଧରି ପ୍ରକଳ୍ପକୁ ବିରୋଧ କରି ଆସୁଥିବା ଢ଼ିଙ୍କିଆ ଗାଁର ଲୋକମାନଙ୍କ ମଧ୍ୟରୁ ଏହି ତିନି ଜଣ ବରଜ ଦେବା ପରେ ଜେ ଏସ ଡ ବ୍ଲୁ ପ୍ରକଳ୍ପ ତଥା ସ୍ଥାନୀୟ ଅଞ୍ଚଳ ପାଇଁ ଏକ ଶୁଭ ସୂଚନା ବୋଲି କୁହାଯାଉଛି। ଆଗାମୀ ଦିନରେ ମଧ୍ୟ ଏହି ଢ଼ିଙ୍କିଆ ଓ ମାହାଳ ଗାଁରେ ଥିବା ଅନ୍ୟ ବରଜ ଗୁଡ଼ିକ ଅଧିଗ୍ରହଣ କରିବାକୁ ଲୋକମାନେ ସହମତି ପ୍ରକାଶ କରିବେ ବୋଲି କମ୍ପାନୀ ପକ୍ଷରୁ ଜଣାପଡିଛି । ବିଶେଷ କରି ସ୍ଥାନୀୟ ଲୋକମାନେ ପ୍ରଶାସନିକ ସ୍ତରରେ ଆଲୋଚନା କରିବା ପରେ ନିଜ ନିଜ ଇଛାରେ କମ୍ପାନୀ ପାଇଁ ଏଭଳି ସହଯୋଗର ହାତ ବଢ଼ାଇଥିବାର ଜଣାପଡିଛି। କମ୍ପାନୀ ମଧ୍ୟ ଲୋକମାନଙ୍କ ସହମତି ଓ ଆପୋଷ ଆଲୋଚନାକୁ ଗୁରୁତ୍ଵ ଦେଉଥିବାର କୁହାଯାଇଛି। କୁଜଙ୍ଗ ରୁ ପ୍ରଳୟ କୁମାର ମହାପାତ୍ର,୨/୧/୨୦୨୨--- ୫,୩୦