Breaking News

ଜନନେତା କିଶୋର ମହାନ୍ତି ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ

 A mourning ceremony was held for the death of public leader Kishore Mohanty.
ବରଗଡ଼---  ବରଗଡ ଜିଲ୍ଲା ଭେଡେନ ବ୍ଲକ ତାଲମେଣ୍ଡା ପଞ୍ଚାୟତ ର ସହଁରାଟିକରା  କୃଷକ ଭବନଠାରେ ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ସଭାପତିତ୍ବରେ ମହାନ ଜନନେତା କିଶୋର ମହାନ୍ତି ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପ୍ରଦୀପ ପ୍ରଜ୍ବଳନ, ଫଟୋ ରେ ପୁଷ୍ପମାଲ୍ଯ ଅର୍ପଣ କରିଯାଇଥିଲା । ଏହାସହିତ ସ୍ଵର୍ଗତ ମହାନ୍ତି ଅମର ଆତ୍ମାର ସଦଗତି କାମନା କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସ୍ଵର୍ଗତ କିଶୋର ମହାନ୍ତି ଙ୍କ ବିୟୋଗରେ ସାରା ଓଡିଶା ତଥା ପଶ୍ଚିମ ଓଡିଶାର ଅପୂରଣୀୟ କ୍ଷତି ହୋଇଛି ବୋଲି ଶ୍ରୀମତୀ ଛୁରିଆ କହିଛନ୍ତି। ସ୍ଵର୍ଗତ କିଶୋର ମହାନ୍ତି ୪ଥର ବିଧାୟକ, ବାଚସ୍ପତି, ରାଜ୍ୟ ସଭା ସାଂସଦ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ ଗ୍ରହଣ କରି  ସୂଚାରୁ ରୂପେ ସଂପାଦନ କରିଥିଲେ। ସେ ଜଣେ ନିର୍ବିବାଦୀୟ ନେତା ଥିଲେ । ଏହା ସହିତ ଚାଷୀ, ମୂଲିଆ, ଗରିବ,ନିଷ୍ପେସିତ ଜନସାଧାରଣଙ୍କ କଥା ଶୁଣି ସମାଧାନ ରାସ୍ତା, ଉପଦେଶ ଦେଇ ଆସୁଥିଲେ। ତାଙ୍କର ବିଯୋଗ ରେ ସମଗ୍ର ପଶ୍ଚିମାଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏହି ଶୋକସଭା ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସମବେଦନା ବ୍ୟକ୍ତ କରିଥିଲେ। ଭେଡେନ ବ୍ଲକ ଅଧ୍ୟକ୍ଷ ଡ଼ୋଲାମଣୀ କ୍ଷେତି, ଉପାଧ୍ୟକ୍ଷା ସୁପ୍ରଭା ପ୍ରଧାନ, ଅତାବିରା ବ୍ଲକ ଅଧ୍ୟକ୍ଷା ରିତା ସାହୁ, ଅତାବିରା ଏନ ଏ ସି ଅଧ୍ୟକ୍ଷା ଦୀପାଞ୍ଜଳୀ ଭରାସାଗର, ବରିଷ୍ଠ ନେତା କୁଳମଣି ପଧାନ, ଭେଡେନ ବ୍ଲକ ଓ ଅତାବିରା ବ୍ଲକ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ  ରହି ସମବେଦନା ଜ୍ଞାପନ କରିଛନ୍ତି।  ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨/୧/୨୦୨୧----୬,୨୦   Sakhigopal News,2/1/2022

Blog Archive

Popular Posts