Breaking News

ବରଗଡ଼ ଜିଲ୍ଲା ରେଳ ଉପଭକ୍ତା ସଂଘର ପ୍ରେସ୍ର ବିଜ୍ଞପ୍ତି

Bargarh District Railway Users Union press release
 
ବରଗଡ଼--- ବରଗଡ଼  ଜିଲ୍ଲା ରେଳ ଉପଭୋକ୍ତା ସଂଘର ସଦସ୍ୟମାନେ  ବରଗଡ ରୋଡ ରେଳଷ୍ଟେସନ ପରିଦର୍ଶନରେ ଯାଇଥିଲେ। ଷ୍ଟେସନର ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ବୁଲି ଦେଖିଥିଲେ। କରୋନା ସମୟରୁ ବନ୍ଦ ପଡି ରହିଥିବା ପାନୀୟ ଜଳ କାଉଣ୍ଟର ଏ ପର୍ଯ୍ୟନ୍ତ ବନ୍ଦ ରହିଛି। ସେହିପରି ପେ ଏଣ୍ଡ ୟୁଜ୍ ୱାସ୍ ରୁମ୍ ଟେଣ୍ଡର ଅବଧି ସରିଯାଇଥିବାରୁ ମଧ୍ୟ ବନ୍ଦ ରହିଛି। ରେଳଗାଡିର ଦୈର୍ଘ୍ୟ ତୁଳନାରେ ପ୍ଲାଟଫର୍ମ ସେଡ୍ ବହୁତ କମ୍ ରହୁଥିବାରୁ ଯାତ୍ରୀମାନଙ୍କୁ ଖରା, ବର୍ଷା ଓ ଶୀତରେ ଖୋଲା ଆକାଶ ତଳେ ଛୋଟ ପିଲାମାନଙ୍କୁ ନେଇ ଘଣ୍ଟା ଘଣ୍ଟା ଧରି ଟ୍ରେନର ଅପେକ୍ଷାରେ ରହିବାକୁ ପଡୁଛି। ଷ୍ଟେସନ ମ୍ୟାନେଜର ରାଧେଶ୍ୟାମ ଦାଶ ସଦସ୍ୟମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିଥିଲେ। ପରେ ସଦସ୍ୟମାନେ ରେଳ ସୁରକ୍ଷା ବଳ (RPF) ର ଆଇ ଆଇ ସି ଶ୍ରୀ ଡି କେ ମିଶ୍ରଙ୍କ ସହ ସାକ୍ଷାତ କରି ତିନୋଟି ମୁଖ୍ୟ ସମସ୍ୟା ଉପରେ ଆଲୋଚନା କରିଥିଲେ।
ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ଷ୍ଟେସନରୁ ବାହାରିଲା ବେଳେ ଅଟୋଚାଳକମାନେ ଯାତ୍ରୀମାନଙ୍କୁ ବହୁତ ହଇରାଣ କରିବା ଜୋର ଜବରଦସ୍ତି ଲଗେଜକୁ ଟାଣିବାକୁ ଚେଷ୍ଟା କରୁଛନ୍ତି ।
ଲୋକମାନେ ନିଜ ବନ୍ଧୁବାନ୍ଧବମାନଙ୍କୁ ଷ୍ଟେସନକୁ ଛାଡିବାକୁ ଯାଇ  ଏପରି ଭାବେ ବାଇକଗୁଡିକ ରଖିଥାନ୍ତି ଯେ, ଲୋକେ ଜିନିଷପତ୍ର ଧରି ଯିବାରେ ଅସୁବିଧା ହେଉଛି।
ଦ୍ୱିତୀୟ ପ୍ଲାଟଫର୍ମ ଅଧିକାଂଶ ସମୟ ଖାଲି ରହୁଥିବାରୁ ମଝିରେ ମଝିରେ RPF କର୍ମଚାରୀମାନେ ପଇଁତରା ମାରି ନିରୀକ୍ଷଣ କରିବା ଆବଶ୍ୟକ। 
ସଂଘର ସଦସ୍ୟମାନେ ବହୁଦିନର ଦାବି ବରଗଡ-ନୂଆପଡା ଭାୟା ବିଜେପୁର ଓ ପଦମପୁର ନୂତନ ରେଳପଥକୁ ରେଳୱେ ବୋର୍ଡ ନୀତିଗତ ଅନୁମୋଦନ କରିଥିବାରୁ ଆନନ୍ଦ ପ୍ରକାଶ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ସଂଘର ସଭାପତି ପ୍ରଦୀପ ଦେବତା, ଉପସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା ଓ ପ୍ରିତମ ସିଂହ, ସମ୍ପାଦକ କମଳ ଯୋଷୀ, ଯୁଗ୍ମ ସମ୍ପାଦକ କିଶୋର କୁମାର ରଥ, କୋଷାଧ୍ୟକ୍ଷ ଅଭିଜିତ ପ୍ରତିହାର ତଥା ଅନ୍ୟ ସଦସ୍ୟ ନିର୍ମଳ କର, ତୁଳସୀ ଦାଶ, ସତ୍ୟନାରାୟଣ ପଣ୍ଡା, ଦେବୀ ପଟ୍ଟନାୟକ, ଅଚ୍ୟୁତାନନ୍ଦ ବାରିକ, ମଳୟ ମହାନ୍ତି, ସି ଏମ ରାଓ, ଭରତ ଭୂଷଣ ଦାଶ, ଅଭୟ ଭୋଇ, ହରଦୀପ ସିଂହ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨/୧/୨୦୨୨---- ୯,୧୦  Sakhigopal News, 2/1/2022

Blog Archive

Popular Posts