ପଞ୍ଚମ ବାର୍ଷିକ ସ୍ମୃତିସଭା ଅନୁଷ୍ଠିତ
ଜଟଣୀ ----ଜଟଣୀ ର ବିଶିଷ୍ଟ କମ୍ୟୁନିଷ୍ଟ ନେତା କମ୍ରେଡ଼ ରାଜେନ୍ଦ୍ର ପଣ୍ଡାଙ୍କ ପଞ୍ଚମ ବାର୍ଷିକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଜଟଣୀ ଆଞ୍ଚଳିକ କମିଟି ଆନୁକୂଲ୍ୟରେ ବୁଢ଼ାପଡା ଗ୍ରାମରେ ସାରଙ୍ଗଧର ବେହେରାଙ୍କ ସଭାପତିତ୍ୱରେ ଏହି ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏହିସଭାରେ ସିପିଏମ୍ ର ଜିଲ୍ଲା ସମ୍ପାଦକ କମ୍ରେଡ଼ ଅନନ୍ତ ମଙ୍ଗରାଜ, ଏ କେ ଚୌଧୁରୀ, ନିରଞ୍ଜନ ବେହେରା, ମନ୍ମଥକୁମାର ଡାକୁଆ, ବାପୁନି ନାୟକ,ବିପିନ ସୁନ୍ଦରା, ଭାଗିରଥି ବେହେରା ପ୍ରମୁଖ ସ୍ମୃତି ଚାରଣ ସହ ବି ଜେ ପି ଓ ବିଜେଡି ସରକାରଙ୍କ ପେଟ୍ରୋଲ ଡିଜେଲ ଓ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ବୃଦ୍ଧି ବିରୋଧ , ସରକାରୀ ସମ୍ପତ୍ତି କୁ ଘରୋଇକରଣ ବିରୁଦ୍ଧରେ ଜନସାଧାରଣ ଏକାଠି ହୋଇ ଲଢ଼ିବା ହିଁ କମ୍ରେଡ଼ ପଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ବୋଲି ପ୍ରକାଶ କରିଥିଲେ । ସାଥି ବେଣୁଧର ନାଏକ ,ଅଇଁଠୁ ନାଏକ ସଙ୍ଗୀତ ପରିବେଷଣ କରିଥିଲେ ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨/୧/୨୦୨୨ ----୯,୧୦
Sakhigopal News,2/1/2022