ଧରାକୋଟ ରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ; ପ୍ରଥମ ମ୍ୟାଚ ରେ ଆସିକା ପାନାସୋନିକ ଦଳ ବିଜୟୀ
ଧରାକୋଟ ----- ଧରାକୋଟ ସ୍ଥିତ ମିନି ଷ୍ଟାଡିୟମ୍ ପରିସରରେ ନବମ ତାପସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି ।ଧରାକୋଟ ଥାନା ଅଧିକାରୀ ଉମା କାନ୍ତ ସାହୁ ମୁଖ୍ୟ ଅତଥିଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସୁନିଲ ଚନ୍ଦ୍ର ଗୌଡ଼ ସଭାପତିତ୍ବ କରିଥିଲେ । ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ହୃଦା ନନ୍ଦ ଜେନା, ପୂର୍ଣ୍ଣ ଚନ୍ଦ୍ର ନାୟକ,ପୂର୍ବତନ ଖେଳାଳୀ ମିନ କେତନ ସ୍ୱାଇଁ, ତ୍ରିମଲ୍ ରାଓ ଦୋରା ଯୋଗ ଦେଇଥିବା ବେଳେ ସାମ୍ବାଦିକ ବିଷ୍ଣୁ କେଶରୀ ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିଲେ ।ବାପୁନି ସ୍ୱାଇଁ ଓ ଦିଲୀପ କୁମାର ପ୍ରଧାନ, ଜ୍ୟୋତି ରଞ୍ଜନ ନାୟକ ଆଜିର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ପ୍ରଥମ ଦିନ ରେ ଟସ ଜିଣି ଆସିକା ପାନାସୋନିକ ଦଳ ୭ୱିକେଟ ବିନିମୟ ରେ୨୦ ଓଭର ଖେଳି ୧୪୨ ରନ୍ ସଂଗ୍ରହ କରିଥିଲେ । ଶେରଗଡ଼ ରାଜବଂଶ କ୍ରିକେଟ କ୍ଲବ ୨୦ଓଭର ଖେଳି ୬ୱିକେଟ ବିନିମୟରେ ୧୨୫ ରନ ସଂଗ୍ରହ କରି ୧୭ ରନ ବ୍ୟବଧାନରେ ପରାଜୟ ବରଣ କରିଥିଲା । ବିଜୟୀ ଦଳ ର ଚଉଶିନ ଅଲ୍ଲୀ ୫୩ ରନ ସଂଗ୍ରହ କରିଥିବା ବେଳେ ଗୋଟିଏ ୱିକେଟ ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଆଜିର ଖେଳ କୁ ଅନିଲ ପ୍ରଧାନ, ଅଶ୍ଵିନୀ ବିଶୋଇ ପରିଚାଳନା କରିଥିଲେ । ଆସନ୍ତା କାଲି ବଡଗଡ ବନାମ ଆସ୍କା MMC ମଧ୍ୟରେ ମ୍ୟାଚ୍ ଖେଳା ଯିବା ବୋଲି ଜଣାପଡିଛି ।