ସତ୍ୟବାଦୀ ବ୍ଳକ ପ୍ରଶାସନ ମୁଣ୍ଡ ନୁଆଁଇଲା , ମଞ୍ଜୁର ହୋଇଥିବା ଯାଗାରେ କାମ ନ ହୋଇ ଅନ୍ୟଟି କାମ ; ବନ୍ଦ ରହିଲା କାମ
ସାକ୍ଷୀଗୋପାଳ--- ମହୁରା ଗ୍ରାମପଞ୍ଚାୟତର ଡାଙ୍ଗୁରା ସାମିଲ ଖରିଜାସାହି କୁ ମଞ୍ଜୁରୀ ହୋଇଥିବା ଅଙ୍ଗନୱାଡି କୁ ବ୍ଳକ ପ୍ରଶାସନ ତାକୁ ମନଇଛା ଦଳେଇସାହିରେ ଜବରଦସ୍ତି କରୁଛନ୍ତି । ଏହାର ପ୍ରତିବାଦରେ ଖରିଜାସାହି ଗ୍ରାମବାସୀ ମାନେ ସତ୍ୟବାଦୀ ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ବିଡିଓଙ୍କୁ କାର୍ଯ୍ୟାଳୟକୁ ଛାଡିନଥିଲେ । ସୁଚନାଯୋଗ୍ୟ ଯେ ମହୁରା ଗ୍ରାମ ପଞ୍ଚାୟତର ଡାଙ୍ଗୁରା ସାମିଲ ଖରିଜାସାହିରେ ଥିବା ଅଙ୍ଗନୱାଡି ଗୃହ ନିର୍ମାଣ ପାଇଁ ପୂର୍ବତନ ରାଜ୍ୟ ସରକାରଙ୍କ ସମୟରେ ଟଙ୍କା ଅର୍ଥ ମଞ୍ଜୁର କରାଯାଇଥିଲା । ମାତ୍ର ସ୍ଥାନୀୟ ସରପଞ୍ଚ ଓ ବ୍ଳକ ପ୍ରଶାସନ ଅତି ଚତୁରତା ସହକାରେ ଦଳେଇସାହିରେ କରିଛନ୍ତି । ଯାହାକୁ ନେଇ ଗ୍ରାମ ବାସୀ ମାନେ ୧୦ା୧୧ା୨୦୨୪ରେ ଲିଖିତ ଅଭିଯୋଗ କରିଥିଲେ । ସୁଚନାଯୋଗ୍ୟ ଯେ ଗ୍ରାମରେ ସରକାରୀ ଜମି ନଥିବାରୁ ଗ୍ରାମ ବାସୀ ମାନେ କୋଠରେ ଥିବା ଖାତାନଂ-୨୯ ଓ ପ୍ଳଟନଂ-୨୦୦ ଶହରୁ ୩ ଡିସିମିଲି ଜମି ଘର କରିବା ପାଇଁ ଅନୁମୋଦନ କରିଛନ୍ତି । ମାତ୍ର ଏହି କାମକୁ ବ୍ଳକର ଜଣେ କାର୍ଯ୍ୟଦକ୍ଷତା ଜେଇ ଦଳେଇସାହିରେ କରିବା ପାଇଁ ବାରଣ କରିବାରୁ ତାଙ୍କୁ ଅନ୍ୟତ୍ୟ ବଦଳି କରାଯାଇଥିବା ଏବେ ଜଣାପଡିଛି । ଏହି କାମକୁ ନେଇ ଆଜି ଗ୍ରାମର ଯୁବକ, ମହିଳା ଓ ପୁରୁଷଙ୍କ ସହିତ କିଛି ବରିଷ୍ଠ ନାଗରିକ ମାନେ ମିଳିତ ହୋଇ ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇ ବସି ରହିଥିଲେ । ଶେଷରେ ବ୍ଳକର ବିଡିଓ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଏ ସମ୍ପର୍କରେ ଆଲେଚନା କରିବା ପରେ ଦଳେଇସାହିରେ ନିର୍ମାଣଧୀନ ଅଙ୍ଗନୱାଡି କାର୍ଯ୍ୟକୁ ବନ୍ଦ କରିବା ସହ ଅଙ୍ଗନୱାଡି କେନ୍ଦ୍ର କେଉଁଠାରେ ହେବ ତାହା ସ୍ଥିର କରାଯିବ ବୋଲି ବିଡିଓ ଦେବାଶିଷ ନାୟକ ସେମାନଙ୍କୁ ପ୍ରତିଶୃୁତି ଦେବା ପରେ ଗ୍ରାମବାସୀ ମାନେ ଧାରଣାରୁ ଓହରିଥିଲେ । ଏହି ଧାରଣା ଗ୍ରାମ ର ପ୍ରସାଦ କୁମାର ନାୟକଙ୍କ ନେତୃତ୍ବରେ ନରହିର ନାୟକ, ଫକିର ପରିଡା, ଭାବେନୀ ନାୟକ, ଜଦୁମଣି ନାୟକ, ଗିତାଞ୍ଜଳି ନାୟକ, କବିତା ନାୟକ. ସୁମା ନାୟକ, ସଂଯୁକ୍ତା ପରିଡା, ଅହ୍ୟାଲା ନାୟକ, ସଜନୀ ନାୟକ, ଯଶୋଦା ପରିଡା, ପୂର୍ଣ୍ଣଚନ୍ଦ୍ର ପରିଡା, ବୃନ୍ଦାବନ ପରିଡା,ଅଭିମନ୍ୟୁ ପରିଡା, ଗଜେନ୍ଦ୍ର ନାୟକ, ବିଜୟ କୁମାର ନାୟକ, ମମତା ନାୟକଙ୍କ ସହ ପ୍ରମୁଖ ଏହି ଧାରଣାରେ ସାମିଲ ହୋଇଥିଲେ । ସକାଳୁ ଦଶ ଘଟିକା ଠାରୁ ଅପରାହ୍ନ ତିନିଟା ପର୍ଯ୍ୟନ୍ତ ନ୍ୟାୟ ପାଇଁଁ ଧାରଣା ଦେଇଥିଲେ। ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୭/୨୦୨୫--- ୭,୧୦ Sakhigopal News, 18/7/2025