Breaking News

କୁମୁକା ଜଙ୍ଗଲରୁ ଐତିହ୍ୟ ବକୁଳବନ ସୁରକ୍ଷା ବ୍ୟାନର ଓ ପୁସ୍ତକ ଉନ୍ମୋଚନ

Historic Bakulaban protection banner and book launch from Kumuka forest.


ସାକ୍ଷୀଗୋପାଳ -----କୁମୁକା ଜଙ୍ଗଲରୁ ଐତିହ୍ୟ ବକୁଳବନ ସୁରକ୍ଷା ଅଭିଯାନ ବ୍ୟାନର ଓ ଫକୀର ଚରଣ ପାଢ଼ୀଙ୍କ ଲିଖିତ ମେଳର ବଳ ପୁସ୍ତକ ସତ୍ୟବାଦୀର ଗବେଷକ ଭୀମସେନ ମହାପାତ୍ର ଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି ।   ପ୍ରଥମେ ଶ୍ରୀ ପାଢ଼ୀ ବକୁଳବନ ପରିସରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରୀ ପାଢ଼ୀ  ପୋଷାରେ ଜଣେ ଆଇନଜୀବୀ ହୋଇଥିଲେ ମଧ୍ୟ କଣାସ, ବ୍ରହ୍ମଗିରି, ପୁରୀ, ଜଟଣୀ, ଖୋର୍ଦ୍ଧା,  ଗୋପ, ନିମାପଡା, କୋଣାର୍କ, ଆଦି ଅଞ୍ଚଳରେ ପରିବେଶ ବିତ୍ତି ସହ ସବୁଜ ଡେଲାଙ୍ଗର ରୁିତା ଭାବେ ବେଶ ପରିଚିତ । ପରିବେଶ ସଚେତନତା ବାର୍ତ୍ତା , ପ୍ରଥପାନ୍ତ ସଭା, କବିତା ପାଠ, ଗଛ ହସିଲେ ଜଗତ ହସେ ପୁସ୍ତକ, ବୃକ୍ଷ ରୋପଣ, ଭୋଜିଭାତ, ଶୁଦ୍ଧକିୟା, ଜନ୍ମଦିନ ଆଦି କାର୍ଯ୍ୟକ୍ରମରେ ପହଞ୍ଚିବୃକ୍ଷ ରୋପଣ କରିବା ସହ ବୃକ୍ଷ ପ୍ରଦାନ କରି ଶ୍ରୀ ପାଢ଼ୀ ସମସ୍ତଙ୍କ ନିକଟରେ ପରିଚିତ ।  ଆଦି କାର୍ଯ୍ୟକ୍ରମ କରି ବେଶ ପରିଚିତ । ଏହି ଅବସରରେ  ପାଢ଼ୀଙ୍କୁ  ଗବେଷକ ଶ୍ରୀ ମହାପାତ୍ର ଉପଢ଼ୌକନ ଓ ଫୁଲତୋଡା ଦେଇ ସମ୍ବଦ୍ଧିତ କରିଥିଲେ । । ଏଥିରେ ଦାମଦର ସାମଲ, ଗଜେନ୍ଦ୍ର ମହାପାତ୍ର, ସବ୍ୱେଶ୍ୱର ସାହୁ, ଆସୁତୋଷ ପ୍ରଧାନ, ଚନ୍ଦନ କୁମାର ପ୍ରଧାନ, ସ୍ୱାଭିମାନ ସାହୁ, ପ୍ଳିଣ୍ଟଫ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

ସେହିପରି ନୀଳଚକ୍ର ପ୍ରକାଶନ ବୋଳକଣା ପକ୍ଷରୁ ସାରସ୍ୱତ ସାଧକ ଫକୀର ଚରଣ ପାଢ଼ୀଙ୍କ ପୁସ୍ତକ ‘ମେଳର ବଳ’ ଓ ସବୁଜ ଡେଲାଙ୍ଗ ଟ୍ରଷ୍ଟର ପ୍ରତିଷ୍ଠାତା ହୃଷିକେସ ପାଢ଼ୀଙ୍କ କୁମୁକା ଜଙ୍ଗଲରୁ ଐତିହ୍ୟ ବକୁଳବନ ସୁରକ୍ଷା ଅଭିଯାନ ବ୍ୟାନର କୁ ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ ଲୋକାର୍ପଣ ହୋଇଯାଇଛି । ପ୍ରକୃତି ବନ୍ଧୁ ଦିଲୀପ କୁମାର ଧାଉଡିଆ, ଅନିରୁଦ୍ଧ ସ୍ୱାଇଁ , ଶ୍ରୀ ପାଢ଼ୀ ପ୍ରମୁଖ ଉପସ୍ଥିତ ରହିଥିଲେ । ନୂତନ ବର୍ଷର ଅଭିନନ୍ଦନ ଭାବେ ବିଡିଓଙ୍କୁ ଶ୍ରୀ ପାଢ଼ୀ ଏକ ବକୁଳଗଛ ଉପହାର ଦେଇ ନୂତନ ବର୍ଷର ଶୁଭୋଛା ଜଣାଇଥିଲେ । ବ୍ଳକ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । 

=ସାକ୍ଷୀଗୋପାଳ/ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧/୧/୨୦୨୨--- ୯,୧୦ 

 Sakhigopal News, 1/1/2022

Blog Archive

Popular Posts