ଭାରତୀୟ ଆଜାଦମଞ୍ଚ ପକ୍ଷରୁ ଅସହାୟ ଓ ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ
Distribution of blankets to the needy and poor by the Indian Freedom Movement.
ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳ ଜାତୀୟ ରାଜପଥର ବିଭିନ୍ନ ଛକ ମାନଙ୍କରେ ଅସହାୟ, ଗରିବ ଲୋକଙ୍କୁ ଭାରତୀୟ ଆଜାଦମଞ୍ଚ ପକ୍ଷର କମ୍ବଳ ବଣ୍ଟନ କରାଯାଇଛି । ଶୀତ ଲହରି ପୁଣି ଫେରିଥବାରୁ ଗରିବ ଓ ରାସ୍ତା କରରେ ଜୀବନ କଟାଉଥିବା ଲୋକମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଏହି କମ୍ବଳ ବଣ୍ଟନ କରାଯାଇଛି ବୋଲି ପୁରୀ ଜିଲ୍ଲା ସଭାପତି ଚନ୍ଦ୍ରକାନ୍ତି ମହାନ୍ତି କହନ୍ତି । ସେହିପରି ପୁରୀ ରେଳ ଷ୍ଟେସନ ନିକଟ=, ବସଷ୍ଟାଣ୍ଡ, ସମୁଦ୍ରକୂଳ, ଏଆରଫିଲଡ ମାନଙ୍କରେ ମଧ୍ୟ କମ୍ବଳ ବଣ୍ଟନ କରାଯାଇଛି । ଏହି କାର୍ଯକ୍ରମକୁ ରାଜ୍ୟସଚ୍ଚିବ ରାଜ କିଶୋର ବେହେରା, ଜିଲ୍ଲା ମହାସଚିବ ରାଜ କିଶୋର ବାରିକ, ସଚିବ ସୁଜତା ନାୟକ, ମହିଳା ମୋର୍ଚ୍ଚା ମହାସଚିବ ସୁମା ବେହେରା, ସତ୍ୟବାଦୀ ସଭାପତି ଦେବ ବେହେରା, ଡେଲାଙ୍ଗ ବ୍ଳକ ସଭାପତି ମନୋଜ ସୁବୁଦ୍ଧି ଓ ସତ୍ୟବାଦୀ ବ୍ଳକ କୃଷମ ମୋର୍ଚ୍ଚା ସଭାପତି ସବ୍ୟସାଚୀ ଦାସ, ଟିକୁନା ଓ ମାନସ ପ୍ରମୁଖ ଙ୍କ ଉପସ୍ଥିତିରେ କମ୍ବଳ ବଣ୍ଟନ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୧/୨୦୨୨---୯,୨୦
Sakhigopal News, 1/1/2022