ବଧୁହତ୍ୟା ଅଭିଯୋଗରେ; ସ୍ବାମୀ , ଶାଶୁ , ଶଶୁର ଅଟକ
On the charge of murder; Husband, mother-in-law, father-in-law detained.
ଭଞ୍ଜନଗର- ବିବାହ ର ଚାରିବର୍ଷ ହୋଇଛି । ବିଭିନ୍ନ ସମୟରେ ଝିଅକୁ ଯୈ।ତୁକ ଜନିତ ନିର୍ଯ୍ୟାତନା ଦେଉଥିଲେ । ଶେଷରେ ତଣ୍ଟି ଚିପି ମାରି ଦେଇଛନ୍ତି ବୋଲି ଥାନା ରେ ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ଲୋକେ । ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ , କୁଲାଙ୍ଗି ଗ୍ରାମରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ମାନସୀ ସ୍ବାଇଁ । ଗାଙ୍ଗପୁର ଥାନାଧିକାରୀ ଧିରେଶ୍ କୁମାର ଦାସ ଦେଇଥିବା ସୂଚନା ପ୍ରକାରେ , ଗତ ଶୁକ୍ରବାର ରାତିରେ କୁଲାଙ୍ଗି ଗ୍ରାମର ପ୍ରେମାନନ୍ଦ ସ୍ବାଇଁ ଙ୍କ ସ୍ତ୍ରୀ ମାନସୀ ସ୍ବାଇଁ (୨୨) ଙ୍କ ମୃତ୍ୟୁ ହୋଇଥିବା ଖବର ପାଇଥିଲେ । ମୃତ ମହିଳାଙ୍କ ମା' ରୀନା ପ୍ରଧାନ ଗାଙ୍ଗପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ଯୈତୁକ ପାଇଁ , ତାଙ୍କ ଝିଅ ମାନସୀ ଙ୍କୁ ଶଶୁର ଘର ଲୋକେ ତଣ୍ଟି ଚିପି ହତ୍ୟା କରିଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଖବର ଅନୁସାରେ , ଗତ ୨୦୧୭ ମସିହାରେ ନିକଟସ୍ଥ ପଳାସପଲ୍ଲୀ ଗ୍ରାମର ରୀନା ପ୍ରଧାନ ଙ୍କ ଝିଅ ମାନସୀ , କୁଲାଙ୍ଗି ଗ୍ରାମର ପ୍ରେମାନନ୍ଦ ସ୍ବାଇଁ ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ତେବେ ଅଧିକ ଯୈ।ତୁକ ପାଇଁ , ଗତ ଶୁକ୍ରବାର ରାତିରେ ମାନସୀଙ୍କୁ ତଣ୍ଟି ଚିପି ମାରି ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ଶନିବାର ସକାଳେ ଗାଙ୍ଗପୁର ପୋଲିସ ଓ ଭଂଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ସୋରଡା ତହସିଲ ମାଜିଷ୍ଟ୍ରେଟ ଦାୟିତ୍ବରେ ଆସିଥିବା ଅଧିକାରୀ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିବା ସହ , ମୃତ ଦେହ କୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲେ । ଏସଂକ୍ରାନ୍ତରେ ଥାନା କେଶ୍ ନମ୍ବର ୫୩୪/୨୧ ରେ ମାମଲା ରୁଜୁ କରି ସ୍ବାମୀ ପ୍ରେମାନନ୍ଦ ସ୍ବାଇଁ , ଶାଶୁ ଓ ଶଶୁର ଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଗାଙ୍ଗପୁର ଥାନା ଅଧିକାରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି ।ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୧୨/୨୦୨୧----୬,୨୦

Sakhigopal News,5/12/2021