Breaking News

ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ

Nayagarh District Additional Supply Officer in Vigilance Network
ନୟାଗଡ଼: ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାସ। ତାଙ୍କ ନୟାଗଡ଼ ସ୍ଥିତ ବାସ ଭବନ ସହ ସରକାରୀ କାର୍ଯ୍ୟାଳୟ ,ଭଡାରେ ଦେଇଥିବା ଏକ ଘର ଏବଂ ଶ୍ୱଶୁର ଙ୍କ ନାଁ ରେ ଥିବା ଦୁଇଟି  ଘର ସମେତ ମୋଟ ଛଅଟି  ସ୍ଥାନରେ ଏକ କାଳୀନ ଚଢ଼ାଉ ଜାରି କରିଛି ଭିଜିଲାନ୍ସ ବିଭାଗ। ଚଢ଼ାଉ ସମୟରେ ୨ ଲକ୍ଷ ୭୪ ହଜାର ଟଙ୍କା,  ଗୋଟିଏ ଚାରି ଚକିଆ ଗାଡ଼ି ଓ ୩ ଟି ୨ ଚକିଆ ଗାଡି ଜବତ ହୋଇଛି। ୪ ବର୍ଷ ଧରି ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ଥିବା ଜୟନ୍ତ ଦାସ ବହୁ ବେନାମୀ ସମ୍ପତ୍ତିର ଅଧିକାରୀ ହୋଇଥିବା ଅଭିଯୋଗ ହୋଇଥିଲା। ଫଳରେ ଆଜି ଭୁବନେଶ୍ୱର ଓ ନୟାଗଡ଼ ଭିଜିଲାନ୍ସ ଟିମ ପକ୍ଷରୁ ମିଳିତ ଭାବେ ଚଢ଼ାଉ ହୋଇଥିଲା। ସୂଚନାଯୋଗ୍ୟ ଯେ , ଗତକାଲି ଜୟନ୍ତ କୁମାର ଦାସ ଙ୍କୁ ନୟାଗଡ଼ ଜିଲ୍ଲା ରୁ ନୂଆପଡା କୁ ବଦଳି କରାଯାଇଥିଲା।
 ନୟାଗଡ଼ ରୁ ନିରଞ୍ଜନ ଦାସ ଙ୍କ ରିପୋର୍ଟ,
୫/୧୨/୨୦୨୧----୩,୧୦
  Sakhigopal News,5/12/2021

Blog Archive

Popular Posts