Breaking News

ଆନ୍ତଃ ମହାବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ; ଜି ଉଦୟଗିରି, ସୁନାବେଡା, ସେମିଳିଗୁଡା, ବାଲିଗୁଡ଼ା ବିଜୟି


Inter-college football tournament; G. Udayagiri, Sunabeda, Semiliguda, Baliguda won.
ଭଞ୍ଜନଗର----- ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଖେଳ ପଡିଆରେ ଚାଲିଥିବା ୫୧ ତମ ଆନ୍ତଃ ମହାବିଦ୍ୟାଳୟ ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଆଜି ଅନୁଷ୍ଠିତ ୪ ଟି ମ୍ୟାଚ ରେ ଜି ଉଦୟଗିରି, ସୁନାବେଡା, ସେମିଳିଗୁଡା, ବାଲିଗୁଡ଼ା କଲେଜ  ବିଜୟି ହୋଇ ପରବର୍ତ୍ତୀ ରାଉଣ୍ଡ ରେ ପ୍ରବେଶ କରିଛନ୍ତି। ପ୍ରଥମ ମ୍ୟାଚ ଜି ଉଦୟଗିରି ଏବଂ କୋରାପୁଟ ମଧ୍ୟରେ ହୋଇଥିଲା। ଏଥିରେ ଜି ଉଦୟଗିରି ପେନାଲ୍ଟି ରେ ୬-୫ ଗୋଲରେ ବିଜୟୀ ହୋଇଥିଲା। ଦ୍ଵିତୀୟ ମ୍ୟାଚ ଚିକିଟି ଓ ସୁନାବେଡା ମଧ୍ୟରେ ହୋଇଥିଲା। ଏଥିରେ ସୁନାବେଡା ୮-୦ ଗୋଲରେ ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚ ସେମିଳିଗୁଡା ଓ ରାୟଗଡା ମଧ୍ୟରେ ହୋଇଥିଲା। ଏଥିରେ ସେମିଳିଗୁଡା ୪-୦ ଗୋଲରେ ବିଜୟୀ ହୋଇଥିଲା। ଚତୁର୍ଥ ମ୍ୟାଚ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏବଂ ବାଲିଗୁଡ଼ା ମଧ୍ୟରେ ହୋଇଥିଲା। ଏଥିରେ ବାଲିଗୁଡ଼ା ୭-୦ ଗୋଲରେ ବିଜୟୀ ହୋଇଛି।  ରବିବାର ଜୟପୁର କୁ ବାଲିଗୁଡ଼ା, ସାରଙ୍ଗଗଡ଼ କୁ ସେମିଳିଗୁଡ଼ା, ଫିରିଙ୍ଗିଆ କୁ ଜି ଉଦୟଗିରି ଏବଂ ଭଞ୍ଜନଗର କୁ ସୁନାବେଡା ମ୍ୟାଚ ଅଛି । ରେଫରୀ ଏ କ୍ରିଷ୍ଣା, ଗଣେଶ ବାହାଦୁର, ପି ରମେଶ, ସଦା ପ୍ରଧାନ,ନିଶାକର ସ୍ୱାଇଁ, ବିଚିତ୍ର ଜେନା, ସଞ୍ଜୟ ନାୟକ, ପି ଆନନ୍ଦ ରାଓ, ରାଜେଶ ମହାନ୍ତି ଖେଳକୁ  ପରିଚାଳନା କରିଥିଲେ। କ୍ରୀଡା ସଂସଦ ଉପ ସଭାପତି ଆମସ ପାଟମାଝୀ, ଲେଫ୍ଟନାଣ୍ଟ ରଜନୀ କାନ୍ତ ତ୍ରିପାଠୀ, ଅଧ୍ୟାପକ ବୁଦ୍ଧେଶ୍ବର ଗୋପାଳ ଗୋତ୍ର, ବିକ୍ରମ ପ୍ରଧାନ, ସରତ ବେହେରା ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ସହଯୋଗ କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୧୨/୨୦୨୧  Sakhigopal News,4/12/2021

Blog Archive

Popular Posts