Breaking News

ସତ୍ୟବାଦୀରେ ଶହ ଶହ ହେକ୍ଟର ପାଚିଲା ଧାନ ବିଲରେ ପାଣିରେ ଭାସୁଛି

Hundreds of hectares of ripe paddy are floating in the water.


ସାକ୍ଷୀଗୋପାଳ------= ଜୱାଦି ବାତ୍ୟା ଯୋଗୁ ସାକ୍ଷୀଗୋପାଳରେ ଶନିବାର ସକାଳୁ ସକାଳୁ ଆରମ୍ଭ ହୋଇଯାଇଥିଲା ବର୍ଷା । ଏପରିକି ଲୋକମାନେ ବାତ୍ୟା ଜୱାଦି ଯୋଗୁ ଭୟରେ ଘରୁ ବାହାରିନଥିଲେ । ବର୍ଷା ଲାଗି ରହିବା ସହ ପବନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୁଚନା ଦିଆଯାଇଥିଲା ୍ୱା ମାତ୍ର ବାତ୍ୟା ଦୁର୍ବଳ ହୋଇଗଲା । କେବଳ ବର୍ଷା ଶନିବାର ଓ ରବିାର ଅପରାହ୍ନ ପର୍ଯ୍ୟନ୍ତ ଲାଗି ରହିଲା ଯାହା ଫଳରେକି ସତ୍ୟବାଦୀ ବ୍ଳକର ୨୪ ଗୋଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗହିରରେ ଶହ ଶହ ହେକ୍ଟର ଧାନ ଫସଲ ଏବେ ପାଣିରେ ପଡିଛି । ଆଉ ୧୫ ଦିନ ଯାଇଥିଲେ ଚାଷୀ ଧାନ କାଟି ଘରକୁ ଆଣିଥାନ୍ତା । ଏବେ ସବୁ ପାଣିରେ ଭାସୁଛି । ବିଲ ଦେଖିଲେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ବିଲରୁ ପାଣି ଶୁଖିବା =ପାଇଁ ପନ୍ଦର ଦିନ ରୁ ଅଧିକ ଲାଗିଯିବ ବୋଲି ଚାଷୀ ମାନେ କହନ୍ତି । ସେହିପରି ଡିପି ବିଲରେ କରାଯାଇଥିବା ପନି ପରିବା ଚାଷ ଏବେ ସବୁ ନଷ୍ଟ ହେବ ବୋଲି ଚାଷୀ ମାନେ କହନ୍ତି । ସରକାର କହୁଛନ୍ତି  ତୁରନ୍ତ ତଦନ୍ତ କରାଯିବ । ମାତ୍ର ଫନି ବାତ୍ୟାରେ ଘରଭଙ୍ଗା ତାଲିକା ପ୍ରସ୍ତୁତ କରାଗଲା ପରି ଯଦି  ତଦନ୍ତ କରାଯିବ ତା ହେଲେ ପକୃତ ଚାଷୀ ମାନେ କ୍ଷୟକ୍ଷତିରୁ ବଞ୍ଚିତ ହେବେ ବୋଲି  ନୀଳାଚଳ କୃଷକ ସଂଗଠନର ସଭାପତି ଗୋପିନାଥ ମିଶ୍ର କହନ୍ତି ।  ସଠିକ ତଦନ୍ତ କରାଯାଇ ପକୃତ ଚାଷୀଙ୍କୁ କ୍ଷୟକ୍ଷତି ପ୍ରଦାନ କରାଯିବା ପାଇଁ ଶ୍ରୀ ମିଶ୍ର ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୧୨/୨୦୨୧=---୯,୩୫   Sakhigopal News, 5/12/2021

Blog Archive

Popular Posts