ଫନି ସହାୟତାରୁ ବଞ୍ଚିତ ପରିବାର ତହସିଲ କାର୍ଯ୍ୟାଳୟରେ ଧାରଣା ଦେଲେ
Families deprived of financial support gave ideas at the tehsil office.
ସାକ୍ଷୀଗୋପାଳ ------ ଫନି ଯିବାର ୩୦ ମାସ ପରେ ସତ୍ୟବାଦୀ ବ୍ଳକ ଅଞ୍ଚଳରେ ବି ଏବେ ବି କିଛି ପରିବାର ପଲିଥିନି ତଳେ ରହିଛନ୍ତି । ଆଗକୁ ମାଡି ଆସୁଛି ଜୱାଦି ବାତ୍ୟା । ଏହାକୁ ନେଇ ଲୋକମାନେ ଏବେ ଭୟଭୀତରେ ରହିଛନ୍ତି । ବିଶେଷ କରି ପଲିଥିନି ତଳେ ଥିବା ଅଳଗୁମ, ନରେନ୍ଦ୍ରପୁର, ଶୁକଳ, ବଳପୁର, ସାରଙ୍ଗଯୋଡି, ମହୁରା, କେତକୀପାଟଣା, ନୂଆସମେଶ୍ୱରପୁର ଆଦି ପଞ୍ଚାୟତରୁ ଶତାଧିକ ମହିଳା ପରୁଷ ମାନେ ସାକ୍ଷୀଗୋପାଳ ତହସିଲ କାର୍ଯ୍ୟାଳୟ ପରିସରରେ ଧାରଣା ଦେଇଥିଲେ ।ଫନି କିୟାନୁଷ୍ଠାନ କମିଟି ଓ ନବ ନିର୍ମାଣ କୃଷକ ସଂଗଠନର ସଂଯୋଜକ ଗୋବିନ୍ଦ ମହାପାତ୍ରଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଥିଲା । ଏଥିରେ ନବ ନିର୍ମାଣ କୃଷକ ସଂଗଠନର ଆବାହକ ଶେଷଦେବ ନନ୍ଦ, ନବ ନିର୍ମାଣ କୃଷକ ସଂଗଠନ ଓ ଫନି କିୟାନୁଷ୍ଠାନ କମିଟିର ସତ୍ୟବାଦୀ ବ୍ଳକ ସଭାପତି ଶରତ ପ୍ରଧାନ, ସଦସ୍ୟ ସୂର୍ଯ୍ୟନାରାୟଣ ରଥ, ଭାଗିରଥି ଦାସ, ବସନ୍ତ ପ୍ରଧାନ, ରୀନା ମଲିକ ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ । ଖବର ପାଇ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ଘଟଣା ସ୍ଥଳରେ ପହଞ୍ଚିବା ପରେ ତହସିଲଦାର ଜୟନ୍ତ କୁମାର ଜୟସିଂ ଧାରଣା ସ୍ଥଳରେ ପହଞ୍ଚି ଆଲେଚନା କରିଥିଲେ । ସାତଦିନ ମଧ୍ୟରେ ସଠିକ କେଉଁ କେଉଁ ମାନେ ଫନି ସହାୟତା ପାଇ ନାହାନ୍ତି ସେମାନେ ଦରଖାସ୍ତ ଦେବା ସହ ଅଗାରୁ ଘରଭଙ୍ଗା ତଦନ୍ତ ହୋଇଥିବା ଫାଇଲି କ’ଣ ହୋଇଛି ତାହା ଦେଖିବେ ବୋଲି ତହସିଲଦାର ଶ୍ରୀ ଜୟସିଂ କହିବା ପରେ ଧାରଣା ହଟିଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୧୨/୨୦୨୧---୧୦,୨୦
Sakhigopal News, 3/12/2021