Breaking News

ସତ୍ୟବାଦୀରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ




Satyavadi celebrates World Diversity Day.


ସାକ୍ଷୀଗୋପାଳ ------  ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଦେବରାଜ କଲ୍ୟାଣ ମଣ୍ଡପ ପରିସରରେ ଶ୍ରୀ ନୃସିଂହ ଦେବ ଆଞ୍ଚଳିକ ଯୁବ ପରିଷଦ ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏ+ହି କାର୍ଯ୍ୟକ୍ରମକୁ ଟେକ ମହିନ୍ଦ୍ରା ଫାଉଣ୍ଡେସନ ସହାୟତା ଯୋଗାଇଥିଲା । ପ୍ରଥମେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ବସନ୍ତ କୁମାର ମିଶ୍ରଙ୍କ ଅକାଳ ବିୟୋଗ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡିଓ କ୍ଷୀରୋଦ କୁମାର ବେହେରା, ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ଡିସିପିଓ ମନୋଜ କୁମାର ତ୍ରିପାଠୀ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀଣି  ଶ୍ରୁଲକ୍ଷ୍ମୀ ବେହେରା ,ଟ୍ରେକ ମହିନ୍ଦ୍ରା ଫାଉଣ୍ଡେସନ ଭୁବନେଶ୍ୱରର ପ୍ରତିନିଧି ରଶ୍ମି ରଞ୍ଜନ ମହାନ୍ତି ପ୍ରମୁଖ  ଯୋଗ ଦେଇ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟର୍ପଣ କରିବା ସହ ପ୍ରଦ୍ୱୀପ ପଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବ୍ଳକ ଅଧ୍ୟକ୍ଷା କହିଥିଲେ ଯେ ସମସ୍ତେ ମିଳିମିଶି ଦିବ୍ୟାଙ୍ଗ ମାନଙ୍କ ପାଇଁ କାମ କରିଲେ ସେମାନଙ୍କର ଉନ୍ନତି ହୋଇ ପାରିବ ।

ସେହିପରି ବ୍ଳକ ବିଡିଓ କହିଥିଲେ ଦିବ୍ୟାଙ୍ଗ ମାନଙ୍କର ସେବା କରିଲେ ଠାକୁରଙ୍କ ସେବା ଠାରୁ ଅଧିକ ପୁଣ୍ୟ ମିଳିଥାଏ  ବୋଲି ମତ ପ୍ରକାଶ କରିଥିଲେ ।  ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନାଚ, ଗୀତ ଓ ଏକକ ଅଭିନୟ ପ୍ରଦର୍ଶିତ କରାଯାଇଥିଲା । ଅଗାରୁ ଆୟୋଜିତ କରାଯାଇଥିବା ନାଚ, ଗୀତ, ଚିତ୍ରାଙ୍କନ, ଝୋଟି, ଆଳୁଚାମଚ, ମୁୟୁଜିକ ଚେୟାର , ଝିଲାପି ଦୌଡ, ଆଦି ଖେଳରେ କୃତି ପ୍ରତିଯୋଗିତା ମାନଙ୍କୁ ଅତିଥି ମାନେ ମାନପତ୍ର ସହ ପୁରସ୍କୃତ କରିଥିଲେ ।   ଶ୍ରଦ୍ଧା ଫାଉଣ୍ଡେସନର ସମ୍ପାଦକ ପ୍ରଭାତ ସାମନ୍ତରାୟ ଓ ଅନୁଷ୍ଠାନର କର୍ମଚାରୀ ମାନେ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପସଭାପତି ରବିନ୍ଦ୍ର ତ୍ରିପାଠୀ କାର୍ଯ୍ୟକ୍ରମକୁ ପରିଚାନଳା କରିବା ସହ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ଅନୁଷ୍ଠାନର ସମ୍ପାଦିକା ମମତା ମିଶ୍ର ଧନ୍ୟବାଦ ଦେଇଥିଲେ ।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୧୨/୨୦୨୧---୧୦,୨୦ 
 Sakhigopal News, 3/12/2021

Blog Archive

Popular Posts