Breaking News

ରାଜ୍ୟ ସରକାରଙ୍କ ସ୍ମାର୍ଟ କାର୍ଡ ଯୋଗୁ ଚିକିତ୍ସା ସୁବିଧା ପାଇଲେ ନାଗେଶ୍ଵର

Nageshwar received medical treatment due to the state government's smart card.
ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଗ୍ରାମ ର ନାଗେଶ୍ଵର ରାଉତିଆ ବୟସ ୨୧ ବର୍ଷ। ସେ ଧାନ କଟା ମେସିନ ଡ୍ରାଇଭର୍ ଭାବରେ କାମ କରନ୍ତି । କୌଣସି କାରଣବଶତଃ ମେସିନ ରେ ହାତ କଟିଯାଇଥିଲା।  ସରକାରୀ ଡାକ୍ତରଖାନା ଦେଖାଇବା ପରେ ଉଚ୍ଚ ଚିକିତ୍ସା ପାଇଁ ବଡ ଡାକ୍ତରଖାନା ଯିବା ପାଇଁ ପରାମର୍ଶ ଦେଇଥିଲେ  ଡାକ୍ତର। ସେମାନେ ଆସି ବରଗଡ ବିକାଶ ଡାକ୍ତରଖାନାରେ ଦେଖାଇ ଥିଲେ। ପରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଙ୍କୁ ଅନୁରୋଧ କରିଥିଲେ । ତାଙ୍କର ରାସନ ଦେଖାଇ ବିଧାୟିକା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ କରାଇ ଦେଇଥିଲେ। ସ୍ମାର୍ଟକାର୍ଡ ଜରିଆରେ ନାଗେଶ୍ଵର ଆଉ ବିକାଶ ଡାକ୍ତରଖାନା ଖର୍ଚ୍ଚ ଦେବାକୁ ପଡିନଥିଲା। ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଓ ସ୍ନେହାଙ୍ଗିନୀ ଛୁରିଆ ଙ୍କୁ  ନାଗେଶ୍ଵର ଓ ତାଙ୍କ ପରିବାର କୃତଜ୍ଞତା ଜଣାଇଛନ୍ତି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୪/୧୨/୨୦୨୧----୭,୪୫  Sakhigopal News,4/12/2021

Blog Archive

Popular Posts