Breaking News

ବାବା କେଦାରଶ୍ୱର ଏକ ଦିବଶୀୟ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ

Baba Kedarshwar is celebrating a one-day football tournament

ଜଟଣୀ ---ଜଟଣୀ ବ୍ଲକ ଅନ୍ତର୍ଗତ ପଦନପୁର ପଂଚାୟତର ଉପରବସ୍ତ ଗ୍ରାମର ଖେଳ ପଡିଆରେ ବାବା କେଦାରଶ୍ୱର ଏକ ଦିବଶୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି  । ଦୀପାବଳୀ ଉପଲକ୍ଷେ ଉପରବସ୍ତର ଯୁବ ଖେଳାଳୀମାନେ ଏକତ୍ରିତ ହୋଇ ଫୁଟବଲ ଖେଳ ପ୍ରତି ଯୁବପିଢ଼ିଙ୍କ ଉତ୍ସାହ ବଢାଇବା ପାଇଁ ବାବା କେଦାରଶ୍ୱର ଏକାଦିବସିୟ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ କରିଥିଲେ । ଏହି ଖେଳରେ ଆଖ ପାଖ ଗ୍ରାମର ୧୦ ଟି ଦଳ ଭାଗ ନେଇଥିଲେ । ଏହି ଖେଳ ନକଆଉଟ ପଦ୍ଧତିରେ ଅନୁଷ୍ଠିତ ହୋଇଥିଲା । ୧୦ ଟି ଦଳ ମଧ୍ୟରୁ ଅରୁଗୁଳ ଗ୍ରାମର ମା ବାଉତି ଫୁଟବଲ କ୍ଲବ ଏବଂ ବେଣାପାଞ୍ଜରୀ ଫୁଟବଲ କ୍ଲବ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ଫାଇନାଲ ଖେଳରେ ବେଣାପଞ୍ଜରୀ ଫୁଟବଲ କ୍ଲବ ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରି ୨ -0 ଗୋଲରେ ଅରୁଗୁଳ ଗ୍ରାମର ମା ବାଉତି ଫୁଟବଲ କ୍ଲବକୁ ପରାସ୍ତ କରି ଚମ୍ପିଆନ ହୋଇଥିଲା । ଏହି ଖେଳରେ ବେଣାପଞ୍ଜରୀ ଫୁଟବଲ କ୍ଲବର ଖେଳାଳୀ ଅଜୟ ନାୟକ ମ୍ୟାନଅଫଦି ମ୍ୟାଚ ଏବଂ ଅରୁଗୁଳ ଟିମର ଆନନ୍ଦ ନାଏକ ମ୍ୟାନଅଫଦି ସିରିଜ ରୂପେ ବିବେଚିତ ହୋଇଥିଲେ । ଜଟଣୀର ପୂର୍ବତନ ବିଧାୟକ ବିଭୁତି ବଳବନ୍ତରାୟ ମୁଖ୍ୟ ଅତିଥୀ ରୂପେ ଯୋଗଦେଇ ବିଜୟୀ ଦଳକୁ ୫000ଟଙ୍କା ସହ ଟ୍ରଫି ଏବଂ ରନର୍ସଅଫ ଦଳକୁ ୩000ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ସନ୍ନମାନୀୟ ଅତିଥୀ ରୂପେ ପଦନପୁର ପଂଚାୟତର ସରପଞ୍ଚ ସୁକାନ୍ତ ପରିଡା, ଗଙ୍ଗାଧର ମାଝି, ଦିବାକର ମଙ୍ଗରାଜ, ପୂର୍ଣଚନ୍ଦ୍ର ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ । ଖେଳକୁ ପରିଚାଳନା କରିଥିଲେ ମୁଖ୍ୟ ରେଫରୀ ସତ୍ୟବ୍ରତ ବାହିନୀପତି ତାଙ୍କୁ ଲାଇନରେ ସହଯୋଗ କରିଥିଲେ କେଦାର ବରାଳ ଏବଂ ବିଜୟ ମଙ୍ଗରାଜ । କ୍ଲବର ସଭାପତି ସତ୍ୟବାନ ବାଘ ସିଂହ, ଉପସଭାପତି ଅନନ୍ତ ପ୍ରଧାନ, ସମ୍ପାଦକ ପ୍ରକାଶ ଗିରି, ଆଶୁତୋଷ ପ୍ରଧାନ, ସୁରେଶ ମହାନା, ବିଭୁରଞ୍ଜନ ଚମ୍ପତି, ତପନ ବାରିକ ପ୍ରମ୍ମୁଖ ଉଚ୍ଚକୋଟୀର ଖେଳର ଆୟୋଜନ କରିଥିଲେ ।

Baba Kedarshwar is celebrating a one-day football tournament
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୬/୧୧/୨୦୨୧---- ୧୦,୩୦
 Sakhigopal News,6/11/2021

Blog Archive

Popular Posts