Breaking News

କ୍ଷତ୍ରିୟବରପୁର ମହାବିଦ୍ୟାଳୟ ଠାରେ ଲିଙ୍ଗଗତ ବୈଷମ୍ୟ ଓ ହିଂସା ରୋକିବା ସଂକ୍ରାନ୍ତରେ କର୍ମଶାଳା

Kshatriyabarpur College Workshop on Gender Discrimination and Violence Prevention
 ଭଞ୍ଜନଗର----ଉତ୍ତର ଘୁମୁସର ବନଖଣ୍ଡ , କେନ୍ଦ୍ରିୟ ଵନାଞ୍ଚଳ ର  ଓ.ଏଫ୍.ଏସ୍. ଡି.ପି  ପ୍ରକଳ୍ପ , ଭାଗ-୨  ଆନୁକୁଲ୍ୟରେ  ଦୁଇ ଦିନିଆ କର୍ମଶାଳା ଆୟୋଜିତ ହୋଇଛି  । କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଭିତରେ ସଚେତନ କରାଇବା ପାଇଁ ଲିଙ୍ଗଗତ,  ଵୈଷମ   ଏହାକୁ ନେଇ ଘଟୁଥିବା ହିଂସାକୁ ରୋକିବା ସଂକ୍ରାନ୍ତରେ ଏକ କର୍ମଶାଳାରେ ସଚେତନ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ବି. ଗୋବିନ୍ଦ ରାଓ ଅନୁଷ୍ଠିତ ସଚେତନତା ସଭାରେ ଅଧ୍ୟକ୍ଷତା କରିଥିଲେ ।  ଅତିଥି ଭାବେ ସାଧନା ଫାଉଣ୍ଡେସନର ଅଧ୍ୟକ୍ଷା  ସୂଜାତା ମହାପାତ୍ର , ସମ୍ମାନିତ ଅତିଥି ଭାବେ ଗାଂଗପୁର ଫରେଷ୍ଟ ସେକ୍ସନ ର ବନପାଳ  ଜି. ଭେଙ୍କେଟ୍ ରାଓ ଦୋରା, ପ୍ରକଳ୍ପ ସଂଯୋଜକ  ପ୍ରଶାନ୍ତ କୁମାର ସାହୁ, ସନ୍ତୋଷ କୁମାର ଡାକୁଆ, ସ୍ୱାତୀ ଅନୁଷ୍ଠାନ ର କର୍ମଚାରୀ ବିଶ୍ୱଜିତ୍ ଭୋଇ, ପ୍ରିୟଦର୍ଶିନୀ ପ୍ରଧାନ, ବିଶ୍ୱଜିତ୍ ବେହେରା,ଯୋଗଦେଇଥିଲେ  । ଏହାକୁ ପରିଚାଳନା କରିଥିଲେ ମହାବିଦ୍ୟାଳୟ ର ଅଧ୍ୟାପକ ।  ପ୍ରକଳ୍ପ କର୍ମଚାରୀ ଓ ସ୍ୱାତୀ ଅନୁଷ୍ଠାନ ର  କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।Kshatriyabarpur College Workshop on Gender Discrimination and Violence Prevention 
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୧୧/୨୦୨୧---୫,୪୦
 Sakhigopal News,6/11/2021

Blog Archive

Popular Posts