Breaking News

ବାଡ଼ ପକାଇ ସର୍ବସାଧାରଣ ରାସ୍ତା ଜବରଦଖଲ

Public roads were forcibly blocked by fences

ଜଟଣୀ :-ଜଟଣୀ ତହସିଲ ଅଧୀନ ଗ୍ରାମାଞ୍ଚଳରେ ବିଭିନ୍ନ ସ୍ଥାନରେ ଦିନକୁ ଦିନ ସରକାରୀ  ଜମି ଜବରଦଖଲ ହେଉଥିବାବେଳେ ପ୍ରଶାସନ କୌଣସି ଦୃଷ୍ଟି ଦେଉନାହାନ୍ତି ବୋଲି ଅଭିଯୋଗ ମାନ ହେଉଛି । ଗ୍ରାମକୁ ଯିବା ମୁଖ୍ୟ ରାସ୍ତା ଜବରଦଖଲ କରୁଥିବାରୁ ଯାତାୟତରେ ମଧ୍ୟ ଘୋର ଅସୁବିଧା ଦେଖାଯାଉଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଜଟଣୀ ତହସିଲ ଅଧୀନ ଜାମୁକୋଳି ଛକ ଠାରୁ ମୁଣ୍ଡଳ ଗ୍ରାମକୁ ଯିବା ରାସ୍ତାରେ । ପ୍ରକାଶ ଥାଉକି ଜଟଣୀ ସୁନ୍ଦରପଦା ମୁଖ୍ୟ ରାସ୍ତାର ଜାମୁକୋଳି ଛକ ଠାରୁ ମୁଣ୍ଡଳ ଗ୍ରାମକୁ ଯିବା ରାସ୍ତାରେ ଦୈନିକ ଶହ ଶହ ଲୋକ ଏବଂ ଟ୍ରକ ଟ୍ରାକ୍ଟର ଆଦି ଯାନବାହାନ ଯାତାୟତ କରିଥାଏ | ଏହି ରାସ୍ତା ପାଶ୍ୱରେ ଜନୈକ ବ୍ୟକ୍ତି ଜବରଦସ୍ତ ଭାବେ ରାସ୍ତାକୁ ମଡ଼ାଇ ବାଡ଼ କରିଥିବାରୁ  ଧିରେ ଧିରେ ରାସ୍ତା ସଂକୁଚିତ ହେଉଛି । ରାସ୍ତାର ଆଉ ଗୋଟେ ପାଖରେ 30 ରୁ ଅଧୀକ  ମିନିଟ୍ରକ ସବୁଦିନ ଛିଡା ହେଉଛି । ଏନେଇ ଗ୍ରାମକୁ ଟ୍ରକ ଟ୍ରାକ୍ଟର ଏବଂ ଜରୁରୀ କାଳୀନ ସେବାପାଇଁ ଦମକଳ ଓ ଆମ୍ବୁଲାନ୍ସ ଇତ୍ୟାଦି ଗାଡ଼ି ଯିବାରେ ଅସୁବିଧା ହେଉଛି । ଏହି ସର୍ବସାଧାରଣ ରାସ୍ତା ଜବରଦଖଲ ଉଚ୍ଛେଦ ସମ୍ପର୍କରେ ସ୍ଥାନୀୟ ଲୋକେ ପଧାନସାହି ରାଜସ୍ବନିରୀକ୍ଷକ ଏବଂ ଜଟଣୀ ତହସିଲଦାରଙ୍କୁ ବାରମ୍ବାର ଦାବି କରିଆସୁଛନ୍ତି । ହେଲେ ଏଥିରେ କୌଣସି ସୁଫଳ ମିଳିପାରୁନାହିଁ । ଏ ନେଇ ଗଣମାଧ୍ୟମ ପ୍ରତିନିଧି ମାନେ  ଜଟଣୀ ତହସିଲଦାର ତପନ ମହାପାତ୍ରଙ୍କୁ ଯୋଗାଯୋଗ କରିବାରେ ସେ ରାଜସ୍ବ ନିରୀକ୍ଷକଙ୍କୁ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବାକୁ ନିର୍ଦ୍ଧେଶ ଦେଇଥିବାର ଜଣାପଡିଛି । ଖୁବ୍ ଶୀଘ୍ର ଏହି ସର୍ବସାଧାରଣ ରାସ୍ତାକୁ ମାପ କରାଯାଇ ଜବରଦଖଲ ଉଚ୍ଛେଦ କରିବାକୁ ପ୍ରତିଶୃତି ଦେଇଛନ୍ତି । ତହସିଲ ପ୍ରଶାସନ ଯଦି ସେହି ସର୍ବସାଧାରଣ ରାସ୍ତା ଉପରୁ ଜବରଦଖଲ ଉଚ୍ଛେଦ ନକରନ୍ତି  ଆଗାମୀ ଦିନରେ ଗ୍ରାମବାସୀ ମାନେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତହସିଲ ଅଫିସରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । 

Public roads were forcibly blocked by fences
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୬/୧୧/୨୦୨୧----୮,୨୫ 
 Sakhigopal News,6/11/2021

Blog Archive

Popular Posts