୩୦ଟି ନାଗସାପ ଛୁଆ ଉଦ୍ଧାର
କନ୍ଧମାଳ--- କନ୍ଧମାଳ ଜିଲ୍ଲାର ବାଲିଗୁଡାର ନାରାୟଣ ବେହେର ଦଲେଇଙ୍କ ଘର ଖଟତଳୁ ୩୦ଟି ଛୁଆ ନାଗସାପ ଉଦ୍ଧାର କରାଯାଇଛି । ନାଗାସପ ଛଆ ଗୁଡିକ ଖଟତଳେ ରହିଥିଲେ । ଆଜି ନାରାୟଣ ଖଟତଳ ସଫା କରିବା ସମୟରେ ଏତେ ପରିମାଣର ନାଗସାପ ଛୁଆ ଦେଖି ଭୟଭୀତ ହୋଇଯାଇଥିଲା । ପାଖ ପଡିଶା ଲୋକଙ୍କୁ ଡାକିବା ପରେ ସମସ୍ତ ନାଗ ସାପ ଛୁଆ ଗୁଡିକ କଡାଯିବା ସହ ନାଗସାପ ଖୋଜା ଯାଇଥିଲା । ମାତ୍ର ନାଗସାପ ସେଠାରେ ନଥିଲା । ଏହି ଖବର ପ୍ରସାରିତ ହେବା ପରେ ନାଗସାପ ଛୁଆ ଦେଖିବା ପାଇଁ ଗହଳି ଲାଗିଥିଲା । ଶେଷରେ ନାରାୟଣ ନାଗସାପ ଗୁଡିକ ପାଖ ଜଙ୍ଗରେ ଛାଡି ଦେଇଥିବା ଜଣାପଡିଛି ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା
କନ୍ଧମାଳରୁ ମନୋଜ କୁମାର ପଣ୍ଡା